ତୁ ସିନା ଫେରୁ - ରଶ୍ମିତା ସେଠୀ

0

ତୁ ସିନା ଫେରୁ ପ୍ରତି ଆଷାଢରେ 
ମୁଁ କିନ୍ତୁ ପାରେନା ଫେରି 
ତୁ ସିନା ଝରୁ ଝରକା ସେପାଖେ 
ମୁଁ ହେଉ ଥାଏ ଝୁରି ॥୦॥

ଭସାଉ ଭସାଉ କାଗଜର ନାଆ 
ଦେଇଥିଲି ତତେ ମନ
ମନ ଡାଏରୀରେ ଚିହ୍ନଟିଏ ହେଇ 
ସାଇତା ହଜିଲା ଦିନ 
ସେଇ ଦିନୁ ପରା ଏଇ ହୃଦୟରେ
ରହିଛୁ ତୁ ଘର କରି 
ତୁ ସିନା ଫେରୁ ପ୍ରତି ଆଷାଢରେ 
ମୁଁ କିନ୍ତୁ ପାରେନା ଫେରି... ॥୧॥

ମନ ହୁଏ ଆଜି ଭିଜନ୍ତି ତୋ ସାଥେ
ହେଲେ ମୁଁ ପାରେନା ଭିଜି 
ରାଣ ଦେଇ ବାଟ ଓଗାଳେ ବୟସ 
ବାର ବାର ମତେ ଆଜି 
ଏ କୂଳେ ମୁଁ ଠିଆ ସେ କୂଳେ ଅତୀତ 
ଡାକେ ମତେ ହାତ ଠାରି 
ତୁ ସିନା ଫେରୁ ପ୍ରତି ଆଷାଢରେ 
ମୁଁ କିନ୍ତୁ ପାରେନା ଫେରି... ॥୨॥

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ