ଧାଇଁ ଧାଇଁ କେବେ ହେଉ ତୁ ଶ୍ରାନ୍ତ
ବାମନ ହୋଇ ତୁ ଚାନ୍ଦ ଲାଭ ଇଚ୍ଛୁ
ତୋହଠାରୁ ବଳି ଅଛି କେ ଭ୍ରାନ୍ତ ॥
ଅଜ୍ଞାନେ ଭ୍ରମି ତୁ କଳପନା କୁଞ୍ଜେ
ଗଢୁ ସିନା ବସି ଆଶା ସଉଧ
ନିମିଷକ ମଧ୍ୟେ ଅମା ଜୋଛନାକୁ
ଢାଙ୍କି ଦେବ ସିନା କଳା ବଉଦ ॥
ଧନୀ ଦରିଦ୍ରର ଅଭେଦ୍ୟ ପ୍ରାଚୀର
ଲଙ୍ଘିକି ଛୁଇଁବୁ ସଉଧ ଚୂଡା
ଧନୀ ଆଭିଜାତ୍ୟ ବୁନିଆଦି ବାତେ
ଶୀର୍ଣ୍ଣ ଦେହ ସିନା ହୋଇବ ମଡା ॥
ନିଷ୍ପେସିତ ତୁ ଅବହେଳିତରେ
ଅହମିକା ସାଥେ ସରି କି ହେବୁ
କେତେ କାଳ ବସି ଅତୀତର ପୃଷ୍ଠା
ଗୋଟି ଗୋଟି କରି ଲେଉଟାଇବୁ ॥
ମନ ମଇନାରେ ଭୁଲିଯା ଅତୀତ
ଅଭିନୟ ସିନା ମାତ୍ର ଅତୀତ
କଳ୍ପନା ବାସ୍ତବ ରୂପ ନେଲାଣିକି
ସପନ କି କେବେ ହୋଇଛି ସତ ??
ଟାଙ୍ଗି, ଖୋରଧା