ଯାହା ପାଇଁ ଆମ ମନେ ଗରବ
ନାମଟି ତାହାର ରଜ ପରବ
ଆଷାଢ଼ ମାସରେ ତା ଆବିର୍ଭାବ ॥
ଏହି ପରବଟି କୃଷି ଭିତ୍ତିକ
ଆନନ୍ଦ ଉଲ୍ଲାସେ ପାଳେ କୃଷକ
ମୌସୁମୀର ଯେବେ ହୁଏ ଆଭାସ
ଚାଷୀ ଖୁସି ହୁଏ କରିବ ଚାଷ ॥
ଗାଁ ପରିବେଶ ହସି ଉଠଇ
ବନ୍ଧୁ ବାନ୍ଧବ ସବୁ ଏକାଠି ହୋଇ
ଲୁଡୁ, ତାସ ରେ ଦିନ ବିତଇ
କବାଡି ଖେଳରେ ଦାଣ୍ଡ ହସଇ ॥
ଗାଁ ଆମ୍ବ ତୋଟା ଲାଗେ ସୁନ୍ଦର
କୁଆଁରୀ ମାନଙ୍କ ଭିଡ ଜବର
ପଟା ଦୋଳି ଶୁଭେ କେଁ କଟର
ଭାସି ଆସେ ସେଠୁ ଗୀତର ସ୍ଵର ॥
ରକମ ରକମ ପିଠା କରନ୍ତି
ଆନନ୍ଦେ ବସି ଘରେ ଖାଆନ୍ତି
ରଜ ପୋଡ଼ପିଠା ପର୍ବର ବିଧି
ସେ ପିଠାପଣା ଅଟେ ବଡ଼ ସୁଆଦି ॥
କୁଆଁରୀ ମାନଙ୍କ ମନ ଉଚ୍ଛନ୍ନ
ରଜ ସଜବାଜ ତାଙ୍କ ସପନ
ପାଟିକୁ ରଙ୍ଗାନ୍ତି ଖାଇଣ ପାନ
କଉଡ଼ି, ପୁଚିରେ ଝୁମଇ ମନ ॥