ବନ୍ଧୁତ୍ଵର ମୂଲ୍ୟାୟନ - ପଙ୍କଜିନୀ ଉପାଧ୍ୟାୟ

0
ମୂଲ୍ୟାୟନ ଯେବେ ସତ୍ୟ ପରିପନ୍ଥୀ
ଶତ ପ୍ରତିଶତ ସଫଳ ହୁଏ
ମୂଲ୍ୟାୟନ ଯଦି ସ୍ଵାର୍ଥ ଅଭିମୁଖୀ
ସିଏ ମୂଲ୍ୟାୟନ କେବେ ବି ନୁହେଁ ।

ଯୁକ୍ତିଯୁକ୍ତ ଭାବେ ଉପସ୍ଥାପନରେ
ବାସ୍ତବ ଜ୍ଞାନର ପ୍ରକାଶ ହୁଏ
ମୂଲ୍ୟାୟନ ସେଠି ମଜଭୁତ ରୂପେ
ପ୍ରଗତି ପଥରେ ଆଗେଇ ଯାଏ ।

ଜ୍ଞାନର ଚକ୍ଷୁରେ ବନ୍ଧୁ ମୂଲ୍ୟାୟନ
ବହୁବାର ପରୀକ୍ଷା ନିଆଯାଏ
ସୁଖ ଦୁଃଖ ବେଳେ ସହଯୋଗୀ ଯିଏ
ମୂଲ୍ୟାୟନ ପଥ ସୁଗମ ହୁଏ ।

ଅଧୁନା ସମୟ ମୂଲ୍ୟାୟନ କରେ
ଦେବା ପାଇବାରେ ରହି ନିମଗ୍ନ
ଚିରସ୍ଥାୟୀ ନୁହେଁ ଏଭଳି ସମ୍ବନ୍ଧ
ବୁଡାଇ ଦିଏ ସେ ସବୁ ସପନ ।

ସଂକୀର୍ଣ୍ଣତା ନୁହେଁ ମୂଲ୍ୟାୟନ କ୍ଷେତ୍ର
ସଦ୍ଭାବନା କରେ ସେଠି ବସତି
କପଟତା ସେଠି କୃପଣ ପ୍ରବଣ
ସଦିଚ୍ଛାର ମନ୍ତ୍ର ପଢନ୍ତି ନିତି ।

ଗୋଟିଏ ଦିନର ଭାବ ଇଏ ନୁହେଁ
ଗୋଟିଏ ବାକ୍ୟରେ ପ୍ରକାଶ ଯୋଗ୍ୟ
ନିବିଡ଼ ଭାବର ଅବଗୁଣ୍ଠନରେ
ବାସ୍ତବ ଭୂମିକା ମୂଲ୍ୟର ଭାଗ୍ୟ ।

ପରସ୍ପରେ ଥିବ ଆତିଥ୍ୟର ଭାବ
ପରଶ୍ରୀକାତର ଦୂରକୁ ଫିଙ୍ଗି
ଛଳ କପଟତା ନ ମାଡଇ ପାଖ
ସାତ ସମୁଦର ପାରଇ ଲଙ୍ଘି ।

ସମ୍ପର୍କ ଯେଉଁଠି ମନ୍ଦାକିନୀ ସମ
ପବିତ୍ର ମନ୍ତ୍ରରେ ହୁଏ ଦୀକ୍ଷିତ
ସ୍ନେହ ଶ୍ରଦ୍ଧା ଭକ୍ତି ସମ୍ମାନ ସଦିଚ୍ଛା
ହୁଏନି କଦାପି ସେ ଉପେକ୍ଷିତ ।

ବାହ୍ୟ ଆଡ଼ମ୍ବର ମୂଲ୍ୟାୟନ ନୁହେଁ
ବନ୍ଧୁତ୍ଵ ପରୀକ୍ଷା କରିବା ପାଇଁ
ଅନ୍ତର ଯେଉଁଠି ମିଳିତ ହୋଇଛି
ଜ୍ଞାନ ଚକ୍ଷୁ ନୀତି କହିବା ଭାଇ ।

ପଙ୍କଜିନୀ ଉପାଧ୍ୟାୟ, ଯାଜପୁର

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ