ବଦଳି ଯାଇଛି ରଙ୍ଗଢଙ୍ଗ - ଗୋପାଳ ଚନ୍ଦ୍ର ସାଓ

0

ତୁ ବଦଳିଛୁ 
ମୁଁ ବଦଳିଛି
ବଦଳି ଯାଇଛି ଏ ଫଗୁଣ
ରଙ୍ଗ ବଦଳିଛି
ଢଙ୍ଗ ବଦଳିଛି
ବିବେକ କରୁଛି ବାରଣ
ସମୟ ଖୋଜୁଛି କାରଣ
ଫିକା ଫିକା ଲାଗେ
ଫଗୁ ରଙ୍ଗ ଆଜି
ଭେଜାଲ ଲାଗୁଛି ଏ ପବନ...

ବାଟବଣା ଏଠି
ବାଟୋଇର ମନ
ବିଗତ ଦିନକୁ ଭାବି ଭାବି
ରଙ୍ଗରେ ମିଶିଛି
ହିଂସା କ୍ରୋଧ କେତେ
ସୁଯୋଗ ମୁଁ ଖୋଜୁଥିବି
ପ୍ରତିଶୋଧ ବୋଳି ଦେବି
ବିଶ୍ୱାସରେ ବିଷ
କରିଛି ମୁଁ ଚାଷ
ଭଲ ଚାଷୀଟିଏ ହୋଇଥିବି...

ଛଳନା ଢାଳିଛି
ବାହାନା ଯୋଗାଡି
ମନରେ ରଖିଛି ମଳି
ରଙ୍ଗକୁ ବିଗାଡି
ଛପି ଦେବି ଢାଳି
ମିଳୁ ପଛେ ମୋତେ ଗାଳି 
ଖୁସି ହେବି ଭାଳି ଭାଳି 
ବରଷକେ ଥରେ
ସୁଯୋଗ ହାତରେ
ଅଶାନ୍ତ ହେଉ ଆମ ଗଳି...

କର୍ଣ୍ଣାଟକ ରୁ
ଫେରିଛି କରୁଣା
ଖର୍ଚ୍ଚ କରିବ ବୋଲି କିଛି
ବିଦେଶୀ ମଦ
ଆଣିଛି ସାଥିରେ
ଆମ ଇଚ୍ଛା ମତେ ବାଛି
ଯାହାକୁ ଯେତେ ଦେବ ଜାଚି
ଏସନ ହୋଲି ଟା
ଜମି ଯିବ କାଳେ
ଦେହ ମନ ଯାଏ ନାଚି...

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ