ବଦଳିଲା ପ୍ରେମ ସ୍ନେହ
ମାତାପିତା ଆଜି ବୃଦ୍ଧକାଳେ ବସି
ଆଖିରୁ ଝରାନ୍ତି ଲୁହ ॥
ଅନ୍ଧର ଲଉଡି ଭାବିଥିଲେ ଦିନେ
ଜନ୍ମ ଦେଇ ପୁଅଝିଅ
ଯେ ଯାହା ବାଟରେ ଜୀବନ ବଞ୍ଚିଲେ
ବୁଝିଲେନି ଘର ଦୁଃଖ ॥
ଯେଉଁ ଘର ଦିନେ ସ୍ୱର୍ଗପୁର ପରି
ହସଖୁସି ବାଣ୍ଟୁଥିଲା
ସଫଳ ଜୀବନ ପାଇ ସେ ସନ୍ତାନ
ସବୁକିଛି ଭୁଲିଗଲା ॥
ସନ୍ତାନ ପାଇଁ କି ଯେତିକି ଖଟିଲେ
ଜୀବନକୁ ମୂର୍ଚ୍ଛି ଦେଇ
ନ ଖାଇ ନ ପିଇ ସଞ୍ଚିଲେ ସମ୍ପତ୍ତି
ହେଲେ ବୁଝିଲେନି କେହି ॥
ପିତାମାତା ପରା ଚଳନ୍ତି ଈଶ୍ୱର
ବୁଝୁନି ସ୍ୱାର୍ଥୀ ମଣିଷ
ରକ୍ତର ହୋଇ କି ସମ୍ପତ୍ତି ପାଇଁ ସେ
ଭୁଲିଯାଏ ତାଙ୍କ କ୍ଳେଶ ॥
ପଣ୍ଡକାମାଳ, ମ.ରାମପୁର, କଳାହାଣ୍ଡି