ସ୍ମୃତି ହୋଇଯାଏ ତାଜା,
ସ୍ଵପ୍ନ ଭଳି ଲାଗେ ବିଗତ ଦିନର
ଲୁଚକାଳି ଖେଳ ମଜା ॥୧॥
ନଈ ଆରପାରି ଗାଆଁ ଥିଲା ମୋର
କେତେ ଆପଣାର ସତେ,
ସ୍ମରଣ କରିଲେ ବିଗତ ଦିନକୁ
ଅତୀତ ଆକର୍ଷେ ମୋତେ ॥୨॥
ମୋ ବଉଳ ଘର ସେ ଗାଆଁ ରେ ତେଣୁ
ଭିନ୍ନ ଏକ ଆକର୍ଷଣ,
ଯେଉଁଠି ବିତିଛି ମୋ ବାଲ୍ୟଜୀବନ
ଖେଳରେ ହୋଇ ମଗନ ॥୩॥
ପାହାଡ଼ ତଳର ନଈଧାରେ ସରୁ
ପାଦ ଚଲା ନାଲି ରାସ୍ତା,
ରାସ୍ତା ଆରପଟେ ବଉଳର ଘର
ତା ପଛରେ ଆମ୍ବ ତୋଟା ॥୪॥
ସେ ଆମ୍ବ ତୋଟାରେ ରଜଦୋଳି ଖେଳେ
ରଜ ପାନ ଖଣ୍ଡେ ଖାଇ,
ଅତୀତ ହେଲେ ବି ସତେଜ ସେ ସ୍ମୃତି
କେବେ ଭୁଲି ହେବ ନାହିଁ ॥୫॥
ସମୟ ସ୍ରୋତରେ ପିଲାଖେଳ ଛାଡ଼ି
ଯେବେ ବଡ଼ ହେଲି ମୁହିଁ,
କେମିତି ଜାଣିବି ବଉଳ ଠୁଁ ମୋତେ
କିଏ ସେ ଦେବ ଦୂରେଇ ॥୬॥
ଧିରେ ଧିରେ ସ୍ମୃତି ଅପସରି ଯାଏ
ଅତୀତ କାଳ ଗର୍ଭରେ,
ଚଳଚ୍ଚିତ୍ର ପରି ଭାସମାନ ହୁଏ
ନିଦଭରା ସପନରେ ॥୭॥
ସପନର ଆର ପାରି ଗାଆଁ ଦେଖ
ଡାକୁଛି ହାତ ଲମ୍ବାଇ,
ସତେ ଅବା ତା'ର ପଣତକାନିରେ
ରଖିବ ମୋତେ ଘୋଡ଼ାଇ ॥୮॥
ବ୍ରହ୍ମପୁରା, ବାଙ୍କୀ, କଟକ
ଅତୀତର ମଧୁର ସ୍ମୃତି
ReplyDelete