ଆସିଗଲି ଦେଖ ଆଜି ତୁମ ଜୀବନରେ...
ଚାହିଁକି ବି କେବେ କରିପାରି ନଥିଲ ପ୍ରକାଶ
ତୁମ ଭଲପାଇବାର ନୀରବ ସେ ଅଭିଳାଷ...
ଆଜି ଏତେ ଦିନର ଅପେକ୍ଷାର ହେଲା ଯେ ଅନ୍ତ
ପାଇଲା ତୁମ ଆଶା ଓ ଆକାଂକ୍ଷା ନୂଆ ଦିଗନ୍ତ...
ସତରେ କ'ଣ କେବେ ଦୂରେଇ ପାରିବ...
ମୋ ଆକାଶର ଜହ୍ନ ହେଇ ସଦା ରହିବ...
ତୁମ ଜୋଛନା ମତେ ଶୀତଳ କରିବ...
ଉଆଁସରେ ଏ ଆଖି ତୁମକୁ ଖୋଜିବ...
ତୁମରି ସ୍ପର୍ଶରେ ଶରୀର ରୋମାଞ୍ଚିତ ହେବ
ପ୍ରତିଟି ନିଶବ୍ଦ ରାତ୍ରିରେ ତୁମକୁ ଖୋଜିବ
ସପନର କୋଠରୀକୁ ପାଦ ଚିପିଚିପି ଯେବେ ଆସିବ
ନୀରବ ପାଦଶବ୍ଦକୁ, ତୁମର ଧନ, ଶୁଣି ଯେ ପାରିବ...