
ଧନ୍ୟ ହେଲା ସେହିଦିନ
ଯେଉଁ ଦିନ କୁଆଁ ଡାକ ଶୁଭିଲା
ଓଡିଆ ପୁଅର ଜନ୍ମ ।।
ଅଠରଶହ ଅଠଚାଳିଶରେ
ଏପ୍ରିଲ ତା' ଅଠେଇଶ
ରଘୁନାଥ ପାର୍ବତୀଙ୍କ ମୁଖରେ
ଫୁଟି ଉଠିଥିଲା ହସ ।।
ସମାଜସେବୀ ପିତୃଦତ୍ତ ତାଙ୍କ
ଗୋବିନ୍ଦ ବଲ୍ଲଭ ନାତି
ପ୍ରଥମ ଓଡିଆ ବାରିଷ୍ଟରଟି
ପାଇଲେ ଗୌରବ ଖ୍ୟାତି ।।
ପିଲାଟି ଦିନରୁ ସାହାସୀ ନିର୍ଭୀକ
ସବୁ କାର୍ଯ୍ୟରେ ଆଗଭର
ବିଦ୍ୟାବୁଦ୍ଧି ଗୋବିନ୍ଦ ବଲ୍ଲଭ
ଶୈଶବ ନାମ ତାଙ୍କର ।।
ଗୁଣର ମହକ ଦୁଇ ପତ୍ରରୁ
ଓଡିଶା ରାଜ୍ୟରେ ଖେଳେ
ଓଡିଆ ଭାଷା ଓଡିଆ ଜାତିର
ସୁରକ୍ଷା ପାଇଁ ମନ ବଳେ ।।
ପ୍ରଥମ ବିଲାତ ଯାତ୍ରୀ ମଧୁବାବୁ
ଏମ୍,ଏ ପଢୁଆ ପୁଅ
ଉତ୍କଳ ଗୌରବ ପ୍ରିୟ ଓଡ଼ିଆ
ଚରଣେ ମସ୍ତକ ନୁଅଁ ।।
ଉତ୍କଳର ସମ୍ମିଳନୀ ଗଠନ
ପ୍ରଥମ ଓଡ଼ିଆ ମନ୍ତ୍ରୀ
ପୂରୁବ ଗୌରବ ପୂରୂବ ମହିମା
ଉଡୁ ଅଛି ତାଙ୍କ କିର୍ତ୍ତୀ ।।
ସ୍ଵପ୍ନ ପୂରଣ ଓଡିଶା ସ୍ୱତନ୍ତ୍ର
ତାଙ୍କ ସାକାର ହୋଇଲା
ଊଣେଇଶିଶହ ଛତିଶି ଏପ୍ରିଲ
ଓଡିଆ ଗର୍ବେ ଉଠିଲା ।।
ଉତ୍କଳ ବିକାଶ ଏକତା ବାର୍ତ୍ତା
ଓଡିଆ କର୍ଣ୍ଣରେ ବାଜେ
ହେ ମହାନାୟକ ଭାଷା ସାରଥୀ
ସାହିତ୍ୟ ତୁମକୁ ଖୋଜେ ।।
ହେ ଅମର ଆତ୍ମା ଘେନ ପ୍ରଣିପାତ
ଉତ୍କଳ ଗୌରବ ମଧୁବାବୁ
ଜୟନ୍ତୀ ପାଳନ୍ତି ଶ୍ରଦ୍ଧାଞ୍ଜଳି ଦେଇ
ଓଡିଆ ବାସୀ ଯେ ସବୁ ।।
ପାରାଦ୍ଵୀପ ଗଡ, କୁଜଙ୍ଗ, ଜଗତସିଂହପୁର