
ମୋ ପ୍ରିୟାର ଗୋରା ଦେହ,
ଆଗରୁ ଅଧିକ ଚଗଲି ହୁଏ ସେ
ଉଜ୍ୱଳ ଦିଶେ ତା ମୁହଁ ॥
ସଜ ଗୋଲାପର ପାଖୁଡା ପରିକା
ତା ଓଠ ଦିଶେ ତ ନାଲି,
କେଉଁ ଉନ୍ମାଦନା ଭରିଲା ଫଗୁଣ,
ହସୁଛି ସେ ଖିଲି ଖିଲି ॥
ପବନ ସାଥିରେ ଝୁମୁଛି ମୋ ପ୍ରିୟା
ପାଦରେ ଅଳତା ନାଇ,
କଣେଇ କଣେଇ ହସି ଦିଏ ସିଏ
ମୋ ମୁହଁକୁ ଚାହିଁ ଦେଇ ॥
ତା ମଥା ଟିକିଲି ମନ କିଣି ନିଏ
ଆଖି କେତେ କଥା କହେ,
ତା ଦେହୁ ଓଢ଼ଣା ଖସି ଗଲେ ଟିକେ
ଆଇନା ଲାଜେଇ ଯାଏ ॥
ସାରା ଫଗୁଣଟା ତା'ର ବୋଲି ସେ
କାନ ପାଖେ ମୋର କହେ,
ଗୁଣୁଗୁଣୁ କେତେ ଗାଇ ଯାଏ ଗୀତ,
ଛୋଟ ଛୁଆ ପରି ହୁଏ ॥
ଏଇ ଫଗୁଣରେ ବୋହୂ ହୋଇ ପ୍ରିୟା
ଘରକୁ ଆସିବ ବୋଲି,
ନିଇତି ନିଇତି ଅଝଟ ପଣରେ
ଝଗଡ଼ା କରୁଛି ଖାଲି ॥
ହେ ଫଗୁଣ ତୁମେ ବିଗାଡି ଦେଇଛ
ପ୍ରିୟାକୁ ମୋହର ଆସି,
କଥାରେ କଥାରେ ଅଭିମାନ କରି
ମୋ ପ୍ରିୟା ଯାଉଛି ରୁଷି ॥
ଶାସୋଳ, ଫୁଲନଖରା, କଟକ