ଭାଙ୍ଗିଗଲା ପୁଣି ସ୍ଵପ୍ନ,
ପୂର୍ଣ୍ଣମୀ ରାତିରେ ଜ୍ୟୋତ୍ସ୍ନା ଲିଭିଗଲା
ମେଘ ଆଢ଼ୁଆଳେ ଜହ୍ନ ॥
ସ୍ଵପ୍ନ ସାଜିଥିଲି ନିଦ ହଜା ପଥେ
ବାଟବଣା ପଥିକ ହୋଇ,
ଜୀବନ ମୋହରି ଗୋଲାପ ପାଖୁଡା
କଣ୍ଟକ ବଣରେ ଥାଇ ॥
ଶିଶିର ପାଣିରେ-ନୌକା ଭସେଇଲି
ହତଭଗା ନାବିକ ସାଜି,
କାକର ଭୂଇଁରେ ପହଁରୁଥିଲି
କାଳ ବୈଶାଖୀରେ ଭିଜି ॥
ବାମନ ହୋଇ ତୋଲୁଥିଲି ଜହ୍ନ
ଘର ଟେ ତୋଳିବି ବୋଲି,
ତାରକା ମଣ୍ଡଳେ ଲିଭିଗଲା ଚିହ୍ନ
ଶୂନ୍ୟେ ପଡ଼ିଲା ଆଶା ଥାଳି ॥
ଅଳସ ଦେହ ଭିଜୁଛି ଝାଳରେ
ପଲଙ୍କ ନିଦ୍ରାରେ ପଡ଼ି,
କଳଙ୍କ ଦାଗରେ ପିଠି ସିଝିଗଲା
ବାଟ ଚାଲି ଗଲି ଗଡ଼ି ॥
ଚାଉଳଡ଼ିଆଁ, ଲାଠୋର, ବଲାଙ୍ଗୀର