ସହିବାକୁ ଦିଅ ଶକତି
ଭରିଦିଅ ମୋର ଅନ୍ତରେ ଭକତି
ସଦା ଥାଉ ଧରମେ ମତି
ପ୍ରଭୁ ହେ
ତୁମ ନାମ ଗାଇଵି ମୁଁ ନିତି ॥୦॥
ତୁମେ ମୋର ପ୍ରଭୁ ମୁଁ ତୁମରି ଦାସ
ଭରସା ରହିଛି ମୋହର
ଏ ଛାର କଦନ କରିବ ବା କିସ
ପ୍ରଭୁ ଯା'ର ବଡ଼ ବଳିୟାର
ବଡ଼ ଭୁଜ ତଳେ ରହିଛି ନିଶ୍ଚଳେ
ଆନ ଆଶରା ରେ ନାହିଁ ପ୍ରୀତି ॥୧॥
ଅନ୍ତରେ ରହିଛି ତୁମ ଦିବ୍ୟ ଛବି
ଜଞ୍ଜାଳରେ ଛନ୍ଦି ହୋଇଛି
ଯାଇ ପାରୁନି ମୁଁ ନୀଳକନ୍ଦରକୁ
ହୃଦକନ୍ଦରେ ମୋ ପୂଜୁଛି
ଭାବ ଅଶ୍ରୁ ଜଳେ ଧୋଇ ଦେଇ ତୁମ
ପାଦପଦ୍ମେ ସଦା ଥାଏ ମତି ॥୨॥
ଆହେ ଦୁଃଖହାରୀ ନୀରବେ ଚାହିଁଛ
ବାରେ ଶୁଣ ଭକ୍ତ ବେଦନା
ପରୀକ୍ଷାର ଅନ୍ତ କରିଦିଅ ହରି
ତୁଟିଯାଉ ଭବ ଯାତନା
ଏତିକି ପ୍ରାର୍ଥନା ଜନମ ଚକ୍ରରୂ
ମିଳୁ ପ୍ରଭୁ ମୋତେ ମୁକତି ॥୩॥