
ବିଶ୍ଵାସରେ ତୁ
ଶଦ୍ଦର ବୋଲିରେ ତୁ
ଅଧାଗଢା କବିତା ତୁ... ।
ଯନ୍ତ୍ରଣାଭରା ଜୀବନ ପଥେ
ଶୀତଳ ଲେପନ ତୁ
ଆଖି ଖୋଲିଲେ ବୁଜିଲେ
ଦିଶୁଛୁ, ଖାଲି ତୁ ଆଉ ତୁ... ।
ହୃଦୟ କୋହରେ ଶୀତଳ ସମୀର
ଅବୁଝା ମନର ଛନ୍ଦମୟ ତାନ
ଆଉ ପାରୁନାହିଁ ମୁଁ..
କେମିତି ଅଛୁରେ ତୁ... ।
ଭିଜା ସପନରେ
ଖୋଲା କବରୀରେ
ପହିଲି ଛୁଆଁରେ ତୁ
ଝରଝର ନାଦେ
ଝରଣାର ବେଗେ
ମୃଦୁ ମଳୟରେ ତୁ... ।
ତୋ ବିନା ସବୁ ଅଧୁରା
ନିଜକୁ ପାରୁନି ରୋକି
ଆଖିର ପଲକେ
ମନ ଆଇନାରେ
ଦିଶେ ତୋ ଛବି ଝଟକି... ।
ପାହାଡ ପଦରେ ତୁ
ସବୁଜିମା ମୂଲକେ ତୁ
ଭରା ଫସଲରେ
ହରାଇ ପାଇଵା ଆଶାରେ
ଅଣିମା ଲଙ୍ଘିବାରେ ତୁ... ।
ଆଖିର ଲୁହରେ ଭାବ ବନ୍ଧନରେ
ଭରା ବସନ୍ତର କୋଇଲି କୂହୁରେ
ପ୍ରକୃତିର ନିଦାଘ ଲଗନେ
ମାଟି ମନସ୍କ ମୁଁ..
ଯୋଉଠି ଦେଖିଲେ ଦିଶି ଯାଏ ରୂପ
ଭୂମିରୁ ଭୂମା ତୁହି ତୁ... ତୁହି ତୁ... ।
ଜମ୍ବେଶ୍ଵରପୁର, ବାଲେଶ୍ଵର
ଦୂରଭାଷ : ୯୩୩୭୬୮୧୫୨୪