ସେଇଦିନ - ରଞ୍ଜିତା ଦାସ

0
ଭୁବନେଶ୍ୱର ରେଳ ଷ୍ଟେସନରେ ମୁଁ ଥାଏ, ଯାତ୍ରୀ ବିଶ୍ରାମଗାରରୁ ବାହାରି ମୁଁ ୩ ନମ୍ବର ପ୍ଲାଟଫର୍ମ ଆଡକୁ ମୁହାଁଇଲି । ସେତେବେଳେ ଗୋଟେ ଅନ୍ଧୁଣୀ ଉପରେ ମୋର ଆଖି ପଡିଗଲା । ସେ ନିଜ ପାଣି ବୋତଲକୁ ଧରି କାନ୍ଥରେ ବାଡ଼ଉଥିଲା ଆଉ ପାଣି ପାଣି କହୁଥିଲା । ସେତେବେଳେ ଜଣେ ବ୍ୟକ୍ତି ସେ ପାଖ ଦେଇ ଚାଲିଗଲା, ସେଇ ସମୟରେ ଝିଅଟି କହିଲା 'ପାଣି' …ସେ ବ୍ୟକ୍ତିଟି ପ୍ରତି ଉତ୍ତରରେ ଜବାବ ଦେଲା  "ପାଣି କେଉଁଠି ଅଛି ଏବେ ଖୋଜିବାକୁ ପଡିବ ନା" …ଆଉ ସେ ସ୍ଥାନ ଛାଡି ଚାଲିଗଲା । ବାସ ଏତିକି !

ମୁଁ ପଛେଇଆସିଲି, ଚାଲିଗଲି ତା' ପାଖକୁ… ଆଉ ତା' ହାତ ଧରି କହିଲି ଆସ ମୋ ସାଙ୍ଗେ, ଝିଅଟି କହିଲା ନା ମୁଁ ଯାଇପାରିବିନି । ମୁଁ କହିଲି, ହଉ ଠିକ ଅଛି, ବୋତଲ ମତେ ଦେଇଦିଅ ଆଉ ମୁଁ ତା ବୋତଲ ନେଇ ପାଣି ଭରି ଆଣି ଦେଇଦେଲି । ଏବଂ ମୁଁ ଏତିକି ଖାଲି ପଚାରିଲି 'କୁଆଡେ ଯିବ' ? 'ସେ କହିଲା, ମୁଁ ଏଠି ହିଁ ବସିବି… ତାପରେ ମୁଁ ଚାଲି ଆସିଲି । ଜୀବନ ହିଁ ଏମିତି !!

ଏନ.ଆଇ.ଟି, ରାଉରକେଲା, ଓଡିଶା

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ