ତୁ, ମୁ ଓ ରାତି - ମୀନାକ୍ଷି ପାଢୀ

0

ତୁ ମୁଗ୍ଧ ବିଭୋର ସ୍ମୁତି,
ମୁ ଛାତି ଥରା ଦୀର୍ଘଶ୍ୱାସ….
ତୁ ଚୋରା ଚଇତାଳି ରାତି,
ମୁ ମହୁଲ ଫୁଲର ବାସ ।

ତୁ ଜୋଛନା ଢଳା ପାହାନ୍ତି,
ମୁ ଝରା ପାଖୁଡ଼ାର ପ୍ରୀତି….
ମୋ କମ୍ପନ ଭରା ଫୁଲେ,
ତୁ ରେଣୁ ଝଡ଼ା ପ୍ରଜାପତି ।

ତୁ ପାନ୍ଥଶାଳା ମୁ ରାତି,
ତୁ ସାତ ସୁର ମୁ ଗୀତି….
ମୁ ରାତିର ରଜନୀଗନ୍ଧା,
ତୁ କାକର ବୋଳା ପାହାନ୍ତି ।

ତୁ ଅମୃତ କଳସ ବିନ୍ଦୁ,
ମୁ ଚିରକାଳ ଆକାଂକ୍ଷିତା….
ମାେ ତାତି ଭରା ଛାତି ତଳେ,
ତୋ କାହାଣୀ ଚିର ସାଇତା ।

ଚିକିଟିପେଣ୍ଠ, ଗଞ୍ଜାମ

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ