ମାନସ ମନ୍ଥନରେ କୋଣାର୍କ - କବିତା ପଟ୍ଟନାୟକ

0

କ୍ଳାନ୍ତ କି ତବ ଶାନ୍ତ ସୁନୀଳ
ପ୍ଲାନ୍ତ ନିଥର ଦେହ
ହର୍ଷ ହର୍ଷାଳୀର ଲୁପ୍ତ ପୟବେ
ଭଗ୍ନେ ଭଗ୍ନିଳ ମୋହ ॥
ହେ କୃମ ଯାମିନୀ କର୍ମ ବାରୁଣୀ
ଅତି ମାନସର ବନ୍ଧୁ
ତୁପ୍ତ ଚରଣୀ ସପ୍ତ ବେଗଗାମୀ
ଅଜସ୍ର ମନନ ଇନ୍ଦୁ ॥
ସୁନ୍ଦର ନାନା ସୁନ୍ଦର ତୁମ
କଳାକୃତ ଅଭିଲେଖ
ବାରଶ ଚୁମ୍ବନେ ଦୋଳାୟିତ ତବ
କାନ୍ଥିନୀର ଅନୁଭବ ॥

ସେହି ତ ନାୟକ ସେହି ବି ନାୟିକା
ତୁମ ପ୍ରେମ ଦୋଳାୟନେ
ହାତୁଡି ନିହାଣ ଚିବୁକେ ଚାଟୁର
ପ୍ରେମିକାର ସମ୍ଭାଷଣେ ॥
ଶିଳ୍ପୀ ସେ ନୁହେଁ କଠୋର ରାଜର୍ଷି
ତପୋବଳେ ବିନ୍ଧୁଥିଲା
ବନ୍ଧୁ ହୋଇ ସିନ୍ଧୁ କ୍ଳାନ୍ତ ବିଧୁରେ
ଶୀତଳତା ବିଞ୍ଚୁଥିଲା ॥
କୁଶଳୀ କଳ୍ପେ ନିହାଣ ତଳ୍ପେ
ପ୍ରିୟମ୍ବଦା ସୃଜୁଥିଲା
ମିଳନ ଅମୃତ ଅମର ପଦ୍ମିନୀ
ଶିଳାପଦ୍ମେ ଭରୁଥିଲା ॥

ଧନ୍ୟ ଧରମା ଧର୍ଜେ ଧୁର୍ଜଟୀ
ଅକାଳରେ ଝରିଗଲୁ
ପନ୍ଥ ଆହୁତ ପର୍ଣ୍ଣେ ଶଙ୍ଖିଳ
କୀର୍ତ୍ତିସ୍ତମ୍ଭ ରଚାଇଲୁ ॥
ଲହୁଲୁହ ପ୍ରାନ୍ତ ବ୍ୟଥାରେ ନୟନ୍ତା
ସମ୍ପର୍କ ଆହୁଲା ହେଲା
ବାରଶ ଦାୟରେ ପୁତ୍ରହରା ଲୁହେ
କୋଣାରକ ଭିଜିଥିଲା ॥
ହେ ଅର୍କ ଯାମିନୀ ଦୃପ୍ତ ଶିଳାନେମି
ଲୁପ୍ତ ସୌନ୍ଦର୍ଯ୍ୟ ରାଜି
କଳା ଗାମ୍ଭୀର୍ଯ୍ୟର ସପ୍ତାଶ୍ଚାର୍ଯ୍ୟ ତୁମେ
ଉତ୍କଳ ଗୌରବ ନିଧି ॥


Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ