କାଳିଆ ତୁ ବିଜେ ରତ୍ନ ସିଂହାସନରେ ।।୦।
ସୁନାମୁହୀଁ ଭଗ୍ନୀ ଭାଇ
ସୁଦର୍ଶନ ଥିଲେ ତହିଁ
ମୁରୁକି ହସ ତୋ ଥିଲା ରଙ୍ଗ ଅଧରେ ।।୧।
ଛତିଶା ନିଯୋଗ ସେବା
ନିମନ୍ତେ ସେବକ ଉଭା
ନାନା ଉପଚାରେ ରତ ଥିଲେ ତୋଠାରେ ।।୨।
ନିଉଛାଳି ହେଲି କେତେ
ଅଶ୍ରୁ ଭରିଗଲା ନେତ୍ରେ
ନ ପାରିଲି ଜଣାଇ ମୁଁ ତୋର ଛାମୁରେ ।।୩।
କି କୁହୁକ ଜାଣୁ ତୁହି
ତୋର ଚକାଆଖି ଚାହିଁ
ଭୁଲିଗଲି ନିଜ ସତ୍ତା ମଜ୍ଜି ଭାବରେ ।।୪।
ତୁ ମୋ ପ୍ରାଣ ସଖା ବନ୍ଧୁ
ଆପଣାର କୃପାସିନ୍ଧୁ
ନିଜ ପରିଜନ ଭାବି ନେବୁ ହୃଦରେ ।।୫।