
ପୁରୁଷ ତାନ୍ତ୍ରିକ ନୀତି
ନାରୀମାନଙ୍କୁ ଯେ ଅସ୍ତ୍ର ବନାଇ
ଦେଖାଇ ହଉଛ ପ୍ରୀତି ।।
ଦ୍ଵିତୀୟ ଶ୍ରେଣୀର ନାଗରିକ ବୋଲି
ବିବେଚିତା ହୁଏ ନାରୀ
ନିଜକୁ ଅବଳା ଦୁର୍ବଳା ଭାବି
ସମାଜକୁ ଯାଏ ଡରି ।।
କର୍ମଜୀବୀ ବନି ହୋଇଲେ ସ୍ଵାଧୀନ
ନାରୀଙ୍କୁ କରୁଛ ନିନ୍ଦା
ମିଥ୍ୟା ଅପବାଦ ଦେଇ ଯେ ତାହାଙ୍କୁ
ଚଲାପଥେ ସାଜ ବାଧା ।।
ଘରର ଲକ୍ଷ୍ମୀଙ୍କୁ ଦେଉନ ସମ୍ମାନ
ମଣୁଅଛ ତାଙ୍କୁ ହୀନ
ନାରୀଙ୍କର ବିନା ଅନ୍ନ ମିଳେନାହିଁ
ସାଜନ୍ତି ପୁରୁଷ ଦୀନ ।।
ଘର ଓ ବାହାର ଉଭୟ କ୍ଷେତ୍ରରେ
ପାରଙ୍ଗମ ପାରେ ସାଜି
ଧୈର୍ଯ୍ୟ ସହିଷ୍ଣୁତା ବଳରେ ଯେ ନାରୀ
ଓଲଟାଇ ପାରେ ବାଜି ।।
ଲାଞ୍ଛିତ ବଞ୍ଚିତ ହେଉଅଛି ନାରୀ
ସାଜୁଅଛି ନିର୍ଯ୍ୟାତିତା
ଯାଜ୍ଞସେନୀ ପରି କରିଲେ ବିଦ୍ରୋହ
ହେବୁ ତୁ ଜଗତଜିତା ।।
ମୁକ୍ତିରାଣୀ ଦେବତା
ମନ୍ଦାରଖଣ୍ଡ, ଯାଜପୁର