
ଓଡ଼ିଶା ମାଟିର ସନ୍ତାନ,
ସମୁଦ୍ର କୂଳରେ ଅଛନ୍ତି ମୋ ପ୍ରଭୁ
କରନ୍ତି ଦୁଃଖ ସେ ଦମନ ।
କେତେକେତେ ବୀର କେତେ ଯେ ଯବାନ
ତୋ କୋଳେ ଜନମ ନେଇ,
ଇଂରେଜ ହାତରେ ଜୀବନ ହାରାନ୍ତି
ମୋ ଓଡ଼ିଆ ଭାଷା ପାଇଁ ।
କବି ଓ ଲେଖକ ଓଡ଼ିଆ ଭାଷାରେ
କେତେ ଯେ ବହି ରଚିଲେ,
ଭଲ ଓ ଖରାପ ଧର୍ମ ନା ଅଧର୍ମ
ଦୁନିଆ କୁ ଶିକ୍ଷା ଦେଲେ ।
ଆସ ମୋର ଭାଇ-ଭଉଣୀ ଯେ ଆସ
ଭାଷାର ମମତା ନେଇ,
ଓଡ଼ିଆ ଭାଷାକୁ ସମ୍ମାନ ଯେ ଦେବା
ଜାତୀୟ ସଙ୍ଗୀତ ଗାଇ ।
ଶପଥ ଯେ ନେବା ଭାଷା ବଞ୍ଚାଇବା
ଓଡ଼ିଆ ଜାତିର ଗଣ,
ରାଜ୍ୟ ସେ ଓଡ଼ିଶା ଭାଷା ତା ଓଡ଼ିଆ
ତାହାର ମହତ୍ ଜାଣ ।
ପ୍ରଲିପ୍ତା ଶତପଥୀ
ରେଢ଼ାଖୋଲ,ସମ୍ବଲପୁର