
ମଥାରେ ପିନ୍ଧି ବି ସିନ୍ଦୁର,
ପହିଲି ପ୍ରଣୟ କରଇ ଅଥୟ
ମନ ଖୋଜେ ନିରନ୍ତର ॥
ଜ୍ୟୋସ୍ନାର ପରଶେ କୁମୁଦିନୀ ହସେ
ନୀରପୂର୍ଣ୍ଣା ସରୋବରେ,
ତୁମର ସେ ସ୍ମ୍ରତି ସ୍ନେହାଶିଷ ପ୍ରୀତି
ନିତି ଭାବେ ନିର୍ଜନରେ ॥
ଲଗାଇ ବୁକୁରେ ଉଦ୍ଧତ ଅଙ୍ଗରେ
ନେଉଥିଲ ଯେବେ ଭିଡି,
ଲାଜୁଆ ମରମେ ତୁଟାଇ ସରମ
ମିଛେ ଯାଉଥିଲି ଚିଡି ॥
ଆଜି ବି ସେ ଛୁଆଁ କରିଛି କିମିଆଁ
ଝୁରୁଛି ନିଦାଘ ବୟସେ,
ମାଧୁର୍ଯ୍ୟ ବେଳର ମିଳନ ଆମର
ମନେ ପଡେ ଅବଶୋଷେ ॥