ବାଜୁଥିବି ଶୁଦ୍ଧସୁରେ ତୋ ମନ ଜାଣି ॥ ୦ ॥
ସେ ସୁର ଝଙ୍କାରେ ହଜିଯାଉ ପ୍ରାଣ
ନାଚିଉଠୁ ଏଇ ମନ ବୃନ୍ଦାବନ,
ପ୍ରେମ ସୁଧା-ଧାରା ଝରୁ ଏ ହୃଦୟେ
ତୋ ପାଦ-କମଳ ଧୋଇବାପାଇଁ
ମୋତେ ମୁରଲୀ କର ହେ ॥ ୧ ॥
ଅନ୍ତରର ଯେତେ କଳୁଷକାଳିମା
ଅଧର ପରଶେ ଚାଲିଯିବ ସିନା,
କୋମଳ ଅଙ୍ଗୁଳି ହରିନେବ ଦୁଃଖ
ନିର୍ମଳ ହେବ ଏ ମରମ ବାଣୀ
ମୋତେ ମୁରଲୀ କର ହେ ॥ ୨ ॥
ଗୁଣ ଗାଇ ହେଉ ମନ ମତୁଆଲା
ରାଧା ଚିତ୍ତ ଯେଉଁ ସୁର ଚୋରି କଲା,
ନୀରସ ପରାଣେ ସରସତା ଦେଇ
ଜଗତ ନାଚୁ ତୋ ନାମକୁ ଶୁଣି
ମୋତେ ମୁରଲୀ କର ହେ ॥ ୩ ॥
ଚମତ୍କାର ସୃଷ୍ଟି
ReplyDelete