କବିତା - ଆସିଛି ହୋଲି - ସୁଦାମ ଦଳବରା

0
ଶୀର୍ଷକ : ଆସିଛି ହୋଲି
ବିଷୟ : ଆସିଛି ହୋଲି ଆଜି ଆସିଅଛି ହୋଲି ,
ରଙ୍ଗ ବୋଳି ହେବା ଆମେ ମାରି ପିଚକାଳି ।
ରଙ୍ଗର ପରବ ଇଏ ଆସେ ଫଗୁଣରେ ।
ରଙ୍ଗିନ ହୋଇବା ଆସ ଅନେକ ରଙ୍ଗରେ ।।

ବାର ମାସେ ତେର ପର୍ବ ଆସଇ ଯେମିତି,
ଫଗୁଣରେ ହୋଲି ପର୍ବ ଆସଛି ସେମିତି ।
ଅବିର ସିନ୍ଦୂର ଫଗୁରେ ଏହି ଖେଳ ହୁଏ,
ମିଠା ପିଠା ଖାଇ କରି ଖୁସି ଭରି ଯାଏ ।।

ଭାଇଚାରା ପର୍ବ ଇଏ ଆମ ସଭ୍ୟତାର,
ପାଳନ ହୁଅଇ ଆଜି ଗାଁ ରୁ ସହର ।
ଭେଦଭାବ ନ ରଖିବା ଏଇ ପରବରେ,
ନାଚିବା ଗାଇବା ଆମେ ମହା ଆନନ୍ଦରେ ।।

ସାତ ରଙ୍ଗରେ ଆମେ ରଙ୍ଗୀନ ହୋଇବା,
ସ୍ନେହ ପ୍ରେମ ବନ୍ଧନରେ ବାନ୍ଧି ହୋଇଯିବା ।
ରାଗ ରୁଷା ଦୁଃଖ କଷ୍ଟ ଭୁଲିଯିବା ଆଜିର ଦିନରେ,
ମତୁଆଲ୍ଲା ହୋଇଯିବା ହୋଲିର ପର୍ବରେ ।।

ବିଭିନ୍ନତା ମଧ୍ୟରେ ଏକତା ଆଣେ ଏହି ପର୍ବ,
ଛୋଟ ଠାରୁ ବଡ଼ ଯାଏ କରିଥାନ୍ତି ଗର୍ବ।
ଫଗୁ ରଙ୍ଗ ଆମ ପାଇଁ କେତେ ଉପକାରୀ,
ଦେହେ ଥିଲେ ଚର୍ମ ରୋଗ ଦେଇଥାଏ ମାରି ।।
ବିଭାଗ : କବିତା
ଲେଖକଙ୍କ ନାମ : ଶ୍ରୀ ସୁଦାମ ଦଳବରା
ଠିକଣା : ଭଞ୍ଜନଗର ,ଗଞ୍ଜାମ ଓଡ଼ିଶା India
ଫୋନ : 943-932-3942
ଇମେଲ : sudam.turumu1983@gmail.com

Post a Comment

0Comments
Post a Comment (0)