କବିତା - ପ୍ରେମେ ପ୍ରାଚୀର - ଗଗନ ବିହାରୀ ନାୟକ

0
ଶୀର୍ଷକ :                                       ପ୍ରେମେ ପ୍ରାଚୀର
ବିଷୟ : ସ୍ମୃତି ସୀମାନ୍ତର ଆର ପାରେ ସାଥୀ ।
ପ୍ରୀତିର ଅଲିଭା ରେଖା ।
ତୁମ ଠାରୁ ମୋତେ ଦୂରେଇ ଦେଲା ସେ।
ଟାଣି ଏକ ସୀମାରେଖା ।0।

ସେ ପାଖରେ ହସେ ଫୁଲ ଫଗୁଣର ସପନ ସଜଡା ରାତି।
ଏପାଖରେ ଝରେ ଲୁହର ଶ୍ରାବଣୀ ଛାତି ତଳେ ବଢେ ତାତି।
ତମେ ସେ\'ପାରିରେ କାଳିମା ରାତିଟେ ଏପାରେ ମୁଁ ନୀଳକଇଁ ।
ତମେ କାତଛଡା ଘାଟର ନାଉରୀ ମୁଁ ଏକ ଉଛୁଳା ନଈ ।
ମୁଁ ପାରୁନି ଛୁଇଁ ତମ ଦେହ ଛାଈ ।
ଦେଖାଥ ଦୂରର କଥା ।
ଯୁଗ ଯୁଗ ପାଇଁ କିମ୍ବଦନ୍ତୀ ହୋଇ ରହିବ ଆମରି କଥା (୧)

ତମେ ଚାହଁ ମତେ ମୁଁ ତମକୁ ଚାହେଁ ନିଜର କରିବା ପାଇଁ।
ପ୍ରେମ ତ ପବିତ୍ର ଶୁଦ୍ଧ ପୂତ ନିତ୍ଯ ଚିର ଶାଶ୍ଵତ ହୋଇ ।
ଅନ୍ଧ ଏ ସମାଜ ଦେଖି ପାରେ ନାହିଁ ସହଜେ ପାରେନା ସହି।
ଆମ ଆଗେ ଅଛି ବିଭେଦ ପାଚେରୀ କେମିତି ପାରିବା ଡେଇଁ।
ପାରିବାନି ଆଉ ମିଶି ଏ ଜୀବନେ
ଆର ଜନମକୁ ଦେଖା (୨)
ବିଭାଗ : କବିତା
ଲେଖକଙ୍କ ନାମ : ଗଗନ ବିହାରୀ ନାୟକ
ଠିକଣା : ବିଡିଏ ଚନ୍ଦ୍ରଶେଖରପୁର ଭୁବନେଶ୍ବର ଓଡ଼ିଶା India
ଫୋନ : 720-529-3857
ଇମେଲ : gaganbihari1966@gmail.com

Post a Comment

0Comments
Post a Comment (0)