କବିତା - ମାଆ ବରୁଣେଇ - ପ୍ରଣତି ମହାପାତ୍ର

0
ଶୀର୍ଷକ : ମାଆ ବରୁଣେଇ
ବିଷୟ : ଶ୍ରୀ ପଦ ବନ୍ଦନା କରୁଛି ମାଆଲୋ
ଘେନ କରିବୁ ପ୍ରଣାମ,
ମମତା ବାରି ତୁ ସିଞ୍ଚି ଦେ ଧରାରେ
ହେଉ ବୈକୁଣ୍ଠ ଧାମ।

ମାଆ ବରୁଣେଇ ଦେବୀ
ଖୋର୍ଦ୍ଧାର ଅଧିଷ୍ଠାତ୍ରୀ ଦେବୀ ,
ବରୁଣେଇ ପାହାଡ଼ର କଟିଦେଶେ
ଅଚ୍ୟୁତେ ପୂଜିତା ଦେବୀ।

ଖୋର୍ଦ୍ଧାର ଦର୍ଶନୀୟ ବରୁଣେଇ
କୁଣ୍ଡା ପଥରଟି ମନ୍ଦିର,
ସାତ କିମି ଦୈର୍ଘ୍ୟ ପ୍ରସ୍ଥ ଆଠଶହ
ଉଚ୍ଛତା ତିନି ଶହ ଚାରି ମିଟର ।

କଟି ଦେଶରୁ ଏକଶହ ପଚାଶ
ଫୁଟ ଉପରେ ବିରାଜ,
ବାମ ସିଂହାସନେ ମା ବରୁଣେଇ
ଦକ୍ଷିଣେ କରୁଣେଇ ରାଜ।

ଅଠର ଇଞ୍ଚ ଉଚ୍ଚ ଯୁଦ୍ଧ ବେଶ ମାଆ
ପିଠା କ୍ଷୀରି ଭୋଗ ଖାଏ,
ଅଦଲ କୁଣ୍ଡ ଝରଣା ମାଆ ନାଭିସ୍ଥଳ
ପାଦ ତଳେ ବୋହି ଯାଏ।

ଆରାଧ୍ୟା ଦେବୀ ମା ଖୋରଧା ମାଟିର
କରୁଣା ନେତ୍ରେ ଚାହିଁଥା,
ସତ୍ୟଧର୍ମ ପଥେ ମତି ମୋର ଥାଉ
ତୋ ଶ୍ରୀପଦେ ଥାଉ ମଥା।
ବିଭାଗ : କବିତା
ଲେଖକଙ୍କ ନାମ : ପ୍ରଣତି ମହାପାତ୍ର
ଠିକଣା : FAKIR MOHAN NAGAR, ITI SQUARE, BALASORE, Odisha, India
ଫୋନ :
ଇମେଲ :

Post a Comment

0Comments
Post a Comment (0)