କବିତା - ଓଡ଼ିଶାର ଜୈବମଣ୍ଡଳ - ପ୍ରଣତି ମହାପାତ୍ର

0
ଶୀର୍ଷକ : ଓଡ଼ିଶାର ଜୈବମଣ୍ଡଳ
ବିଷୟ : ଧ୍ଵଂସ ପଥେ ଦେଖ ଏ ଜୈବମଣ୍ଡଳ
ଜଳେ ବୁକୁ ଥରାଇ,
ଶିମିଳିପାଳରେ ଜଳେ ଅହରହ
ଥମିବାର ନାଁ ନାହିଁ।
ସଭିଏଁ ଦେଖନ୍ତି ରହି
ଲିଭାଇବା କଳା ଯଦି ପାଶେ ନାହିଁ
ଜାଳ କେଉଁ ଗୁଣ ନେଇ।

କାନ୍ଦେ ଶିମିଳିପାଳ କାନ୍ଦନ୍ତି ବନାନୀ
କାନ୍ଦୁଛନ୍ତି ତା ସନ୍ତାନ,
ଶସ୍ୟ ସମ୍ପଦରେ ସ୍ଵଛ ମଳୟରେ
ଭରା ଯା\'ର ଯୌବନ,
ଉତ୍ତପ୍ତ ପୁଣି ଶ୍ରୀହୀନ
ଜାଳିପୋଡି ତାକୁ ଜରା ବାର୍ଦ୍ଧକ୍ୟରେ
ପାଇଲ କେଉଁ ସମ୍ମାନ।

ବିଶ୍ଵ ତାପମାତ୍ରା ବଢିବଢି ଚାଲେ
ଚାଳିଶି ଡିଗ୍ରୀ ଆରମ୍ଭରୁ,
ଆଗକୁ କେତେ ଯେ ବଢିବ ଏ ତାତି
ବଞ୍ଚିବା ଯେ ମରୁମରୁ,
କେତେ ହୃଦୟହୀନ ଓ ଭୀରୁ
ଗୋଟିଏ ବି ବୃକ୍ଷ ରୋପଣ ନ କରି
ଶହଶହ ନଷ୍ଟକରୁ।
ବିଭାଗ : କବିତା
ଲେଖକଙ୍କ ନାମ : ପ୍ରଣତି ମହାପାତ୍ର
ଠିକଣା : FAKIR MOHAN NAGAR,ITI SQUARE BALASORE India
ଫୋନ :
ଇମେଲ : pranatimahapatra03@gmail.com

Post a Comment

0Comments
Post a Comment (0)