ଶୁଆଶାରୀ - ରାକେଶ ସାହୁ

0

ଗହନବନର ପ୍ରେମିଯୁଗଳ ହେ
ନାମ ତୁମ 'ଶୁଆଶାରୀ'
ନଭପ୍ରାଙ୍ଗଣରେ ପ୍ରାଞ୍ଜଳ ହିୟାରେ
ପ୍ରେମତୁମ ଅସୁମାରୀ..
ମନୋରମ ଏଇ ଚକ୍ଷୁଭରା ଶୋଭେ
ବିହଙ୍ଗମ ଯେତେ ସାକ୍ଷୀ
ସମିରଣ ସାଜେ ଦୂତଟିଏ ପରା
ନଥିଲେ ଯେ ପାଖାପାଖି..
ରଣସିଙ୍ଗା ବାଜେ ମେଘମନ୍ଦ୍ର ରବେ
ପ୍ରକମ୍ପିତ ପ୍ରେମଭାଷା 
ଚପଳା ବାଦଲ ସୋହାଗେ ଦିଅଇ
ଅଦିନ ମେଘବରଷା..
ଆଳାପେ ତୁମର ଭଟ୍ଟା ପଡ଼ିଯାଏ
ଅଗଣିତ ଅବରୋଧ
ଖୁସିର ଜୁଆର ଭାଙ୍ଗେସିନା ଯେତେ
ପୀଡନର ପରବତ..
ଶକ୍ତଯେତେ ତୁମ ନିଗଡ଼ରଜ୍ଜୁ ଯେ 
ସ୍ୱଚ୍ଛ ତୁମ ହୃଦାଭାବ
ଛିଣ୍ଡିବନି କେବେ ସେଇ ରଜ୍ଜୁସୂତ୍ର 
ପ୍ରେମଦ୍ୱାହି ପରା ଥିବ..
ନରପ୍ରେମ ଯେତେ ଅଢେଇଦିନିଆ
ନ୍ୟୁନ ତୁମ ପ୍ରେମଠାରେ
ଅନୁରକ୍ତେ ତବ ସରିନୁହଁ ସେ'ଯେ
ଈର୍ଷାରେ ଅନଳ ଭରେ..
ଆନନ୍ଦର ସୀମା ଲଙ୍ଘିଯାଏ ଯେତେ
ସୁଦୂର ବାରିଧି ପାରେ
ପ୍ରେମପରିସୀମା ମାପିବାପ୍ରାୟସେ
ଉଷୁନା ଯେ ଗଜା ଧରେ.. 
ରାଧାଶ୍ୟାମ ପ୍ରେମ ଯୁଗଯୁଗପାଇଁ
ତୁମପ୍ରେମ  କ୍ଷଣସ୍ଥାୟୀ 
ହେଲେ ନିଦର୍ଶନ ପ୍ରେମ'ଯେ ତୁମର 
ଆଗତ ପ୍ରେମୀଙ୍କ ପାଇଁ

ରାକେଶ ସାହୁ, ବର୍ତ୍ତୀନି,ପୋଲସରା,ଗଞ୍ଜାମ  l

Post a Comment

0Comments
Post a Comment (0)