ଶୀର୍ଷକ : | ରଙ୍ଗହୀନ ଗୋପ |
ବିଷୟ : | ହେ କଳା କହ୍ନେଇ ତୁମେ ଗଲା ଦିନୁ ଏ ଗୋପ ନଗରୀ ଫିକା ଆଖିର ଲୁହକୁ ନିତି ଓଠେ ପିଇ ରାଧାରାଣୀ ବଞ୍ଚେ ଏକା । କହି ପାରେ ନାହିଁ ସହି ପାରେନାହିଁ କୋହ ଭରେ ହୃଦୟରେ କୁଞ୍ଜବନ ଆଉ ଯମୁନାକୁ ଚାହିଁ ନିତି ଜଳେ ବିରହରେ । ଦହି ହାଣ୍ଡି ଦେଖି ପଛେ ଲୁଚି ଲୁଚି ଆଉକେ ମାରିବ ଟେକା ହେ କଳା କହ୍ନେଇ ତୁମେ ଗଲା ଦିନୁ ଏ ଗୋପ ନଗରୀ ଫିକା । ମଥୁରା ଦ୍ୱାରକା ତୁମ ପରିଚୟ ପର ହୋଇଗଲା ଗୋପ ତୁମେ ହୋଇଗଲ ଶ୍ରୀପୁରୁଷୋତ୍ତମ ରାଧାକୁ ଲାଗିଲା ପାପ । ତୁମ ବାଟ ଚାହିଁ ମଥାରେ ସେ ନାଏ ପ୍ରେମର କଳଙ୍କ ଟୀକା ହେ କଳା କହ୍ନେଇ ତୁମେ ଗଲାଦିନୁ ଏ ଗୋପ ନଗରୀ ଫିକା । |
ବିଭାଗ | କବିତା : |
ଲେଖକଙ୍କ ନାମ : | ସିଦ୍ଧେଶ୍ୱର ତ୍ରିପାଠୀ |
ଠିକଣା : | କୁଣ୍ଡିଲୋ, କେରଙ୍ଗ ଖୋର୍ଦ୍ଧା ଓଡ଼ିଶା India |
ଫୋନ : | |
ଇମେଲ : |
କବିତା - ରଙ୍ଗହୀନ ଗୋପ - ସିଦ୍ଧେଶ୍ୱର ତ୍ରିପାଠୀ
February 08, 2021
0