କବିତା - ଭାବ ଥିଲେ - ହାସ୍ୟମୟୀ ରାଜ୍

0

ଭାବ ବିନା ପୃଥିବୀଟା ଲାଗେ ମରୁମୟ
ଜୀବନଟା ଚାଲୁଥାଏ ଅମଡା ବାଟରେ
ଚାରିପଟ ଦୁନିଆଟା ହୁଏ ହୁର୍ବିସହ
ମନ ଆଉ ହୃଦୟରେ ଭରିଯାଏ କୋହ
ଆଖିରେ ଆଖିରେ ଭରେ ଲୁହ ଆଉ ଲୁହ ।।

ଭାବ ଆଉ ବିଶ୍ବାସ
ଅହର୍ନିଶ ଭରୁଥାଏ ନିଃଶ୍ବାସ
ଚାଲିବାକୁ ଦୀର୍ଘପଥ ଭରିଦିଏ ସାହସ
ହାତ ଠାରି ଜୀବନଟା ଡାକୁଥାଏ
ଆସ ଆସ ଯିବାକୁ ହେବ ପଥ ଯେ ଅନେକ
ପାଦକୁ କରନି ଅବସ ।।

ଭାବ ଭେଟିଦିଏ ଛଳ ଛଳ ହସ
ଉଜୁଡା କ୍ଷେତ ପାଇଁ ଫେରେଇଦିଏ
ତା ପ୍ରିୟତମ ପୌଷ
ଉତ୍ଫୁଲ୍ଲିତ ହୁଏ ସିଏ ନୂତନ ସମ୍ଭାରେ
ଛବିଳ ସୁନ୍ଦର ହୁଏ ତନୁ ତାର
ମେଣ୍ଟିଯାଏ ସବୁ ଅବସୋସ ।।

ଭାବର ଅଭାବରେ
ସ୍ନେହ ପ୍ରେମ ମମତାର ଦ୍ବାର ହୁଏ ରୁଦ୍ଧ
ସେତ ହୃଦୟ ସ୍ପନ୍ଦନ
ଶୁଭେନାହିଁ କେବେ ତାକୁ ଘୃଣା ହିଂସା ସ୍ବର
ଅବା ଛୁଏଁ ନାହିଁ କ୍ରୋଧ
ପ୍ରେମ ତାର ଅନ୍ତଃସ୍ବର
ସେ ପବିତ୍ର ଓ ଶୁଦ୍ଧ ।।

ହାସ୍ୟମୟୀ ରାଜ୍
ଓରାଳି, ହାଟଡିହି, କେନ୍ଦୁଝର

Post a Comment

0Comments
Post a Comment (0)