ବାଟ ବାୟାଣୀ - ଘନଶ୍ୟାମ ସାହୁ

0

ଗୁନ୍ଥିଛି ମନ୍ଦାର ମାଳା ମା ଲୋ
ଗୁନ୍ଥିଛି ମନ୍ଦାର ମାଳା ।।୦।
ନାଲି ଶଙ୍ଖା ସଙ୍ଗେ ନାଲି ସିନ୍ଦୂର
ନଡ଼ିଆ, କଦଳୀ, ଝୁଣା , କର୍ପୁର
ସଜାଇଛି ପୂଜା ଡାଲା ମା ଲୋ ।।୧।
ବାଟ ବାୟାଣୀ ତୁ ବାଟ ଠାକୁରାଣୀ
ବାଟ ଜଗିଅଛୁ ମାଆ ଲୋ କଲ୍ଯାଣୀ
ତୋ ଦୁଆର ସଦା ଖୋଲା ମା ଲୋ ।।୨।
ନିତି ଭିଡ଼ ହୁଏ ଏହି ତୋର ଧାମ
ତୋ ପାଇଁ ବିଖ୍ୟାତ ପାତ୍ରପଡା ଗ୍ରାମ
ଧନ୍ୟ ଅନୁଗୋଳ ଜିଲ୍ଲା ମା ଲୋ ।।୩।
ଯିଏ ଭକ୍ତି ଭାବେ ନେଇଛି ଆଶରା
ମାଆ ପରି ତାର ହୋଇଛୁ ସାହାରା
ଭକତଙ୍କ ନିତି ମେଳା ମା ଲୋ ।।୪।
ରହିଛି ଭରସା ତୋ ଠାରେ ଲୋ ମାଆ
ପଣତ ଢାଙ୍କି ତୁ ହୋଇଥିବୁ ସାହା
ନହେଲେ ବୁଡ଼ିବ ଭେଳା ମା ଲୋ ।।୫।

ଆଠମଲ୍ଲିକ ରୋଡ଼, ବଇଣ୍ଡା,ଜିଲ୍ଲା - ଅନୁଗୋଳ

Post a Comment

0Comments
Post a Comment (0)