କବିତା - ମୋ ପ୍ରାଣର ଠାକୁର - ପି. ରାଜଲକ୍ଷ୍ମୀ

0

ହେ ପ୍ରେମମୟ ଦରଦୀ ଠାକୁର
କରିଅଛ ପ୍ରଭୁ ଏକାନ୍ତ ନିଜର
ବୁଝି ବି ଅବୁଝା ମୁଁ
ମନ ମୋ ଅସ୍ଥିର
ଭୁଲିଯାଏ ତୁମ କାୟାର ବିସ୍ତାର।।
ହେ ପ୍ରାଣନାଥ ଦୟାର ସାଗର
ଦେଖାଇଛ ପଥ ନାଶିଛ ଅନ୍ଧାର
ଜାଣି ବି ଅଜଣା ମୁଁ
ହୁଏ ଯେ କାତର
ବୁଝେନାହିଁ ତୁମ କରୁଣା ଅପାର।।
ହେ ଦୀନବନ୍ଧୁ ଅମୃତର ଧାର
ଜୀବନର ଗତି କରିଛ ସରଳ
ଦେଖି ବି ଅଦେଖା ମୁଁ
ହୁଏ ନା ନିଡ଼ର
ସୂକ୍ଷ୍ମରୂପେ ଥାଅ ସଦା ସାଥେ ମୋର।।।
ତବ ଶ୍ରୀ ଚରଣେ ପ୍ରାର୍ଥନା ମୋହର
ଭରିଦିଅ ମନେ ଭକ୍ତି ପ୍ରୀତିର ଜୁଆର
ତୁମେ ଚିର ସାଥିଟିଏ
ଜୀବନେ ମୋହର
ତୁମ ଇଚ୍ଛା ପୂର୍ଣ୍ଣ ହେଉ ସର୍ବ କର୍ମେ ମୋର ।।।।


ରଚନା : ପି. ରାଜଲକ୍ଷ୍ମୀ

ଠିକଣା : ବ୍ରହ୍ମପୁର, ଦୂରଭାଷ :

Post a Comment

0Comments
Post a Comment (0)