ଶିଶୁ କବିତା - ଗୀତରେ ଗଣିତ - ବାସନ୍ତୀ ଲତା ଜେନା

0

ଆମେ ସବୁ ଟିକି ପିଲା ହୀରା ନୀଳା ମାଣିକ 
ବଗିଚାର ଫୁଲ ଆମେ ଟିକି କୁନି ବଣିକ    ll 
ପଇସା ପତର ଆମେ କରିବାରେ ହିସାବ 
ନିର୍ଭୁଲ ଗଣନା କରି ଦେବା ତାର ଯବାବ     ll 
ଯୋଗ ବିୟୋଗରେ ଆମେ ହୋଇବାରେ ସକ୍ଷମ 
ଗୁଣନ ହରଣ ଆମ ଦକ୍ଷତାର ମlଧ୍ୟମ    ll 
ଛୋଟ ବଡ ଯେତେ କାମ ସବୁ କରୁ ଆଗୁଆ 
ଭଗ୍ନାଂଶକୁ ପୂର୍ଣ୍ଣ କରୁ ଆମେ ସବୁ ଲଢୁଆ   ll 
ଉଚ୍ଚା ନୀଚ୍ଚl ମପା ଜୁପl ସବୁ ଆମ ହାତର 
ବାର ତାରିଖ ଜାଣିବା ଅଛି ତ କ୍ୟାଲେଣ୍ଡର   ll 
ସମୟର ଘଣ୍ଟା କଣ୍ଟl ଚାଲୁ ଅଛି ଟିକ ଟିକ 
ଘଣ୍ଟା ଦେଖି କରିବାରେ ସବୁ କାମ ଠିକ ଠିକ    ll 
ଜ୍ୟାମିତିକ ଚିତ୍ର ସବୁ ତୂଳୀ ଧରି ଆଙ୍କିବା 
ନିର୍ଭୁଲ ଗଣନା କରି ଅନୁପାତ କାଢ଼ିବା   ll

ବାସନ୍ତୀ ଲତା ଜେନା
ଗାନ୍ଧିନଗର, ନବରଙ୍ଗପୁର
ମୋ : 8658655979 / ହ୍ୱାଟ୍ସଅପ ନଂ : 9437432921

Post a Comment

0Comments
Post a Comment (0)