
ଆଜିକା ଘରଣୀ ଭାରି ଅଭିମାନୀ
ଭୁଲ ମାଗନ୍ତିନି ଜମା,
ଫେସନ ଉପରେ ବହୁତ ଉଚ୍ଛରେ
ନାହିଁ ପୂର୍ଣ୍ଣଛେଦ କମା.
ମଡର୍ଣ୍ଣ ଝିଅସେ ବଢିଛି ସରସେ
ଶିଷ୍ଟାଚାର ଜଣା ନାହିଁ,
ଗୋସାଇଁ ନାମକୁ ପରମେଶ୍ୱରକୁ
ଅସଙ୍କୋଚେ ଦିଏ କହି.
ବିନ୍ଧିଲେ ମୁଣ୍ତଟା ଖାଲି ଶୋଇବାଟା
ରଗଡି ଦିଅନ୍ତି ପତି,
ବିଚରା ଗୋସାଇଁ କହିନ ପାରଇ
ବୁକୁରେ ଫୁଟଇ ତାତି.
ସରମର ତତ୍ତ୍ୱ ନିଜ ପୁରୁଷତ୍ତ୍ୱ
ବଳି ଦିଏ ପତ୍ନି ପାଇଁ,
ମରମ ବେଦନା ଶାନ୍ତିର କାମନା
ଭାର୍ଯ୍ୟା କେବେ ବୁଝେ ନାହିଁ.
ଆଜିକା ହେ ନାରୀ ଗରବକୁ ଧରି
କିମ୍ପା ଯାଉଅଛ ଭୁଲି,
ପରିବାର ହସେ ତୁମରି ପରଶେ
ତୁମ ବିନା ଯାଏ ଜଳି.
ଗଢିଛି ନିୟତି ଦେଇକି ପୀରତି
ପୂର୍ଣ୍ଣ କରି ସମ୍ଭାବନା,
କେବେ ତ ସାବିତ୍ରୀ କେବେ ତ ଗାୟତ୍ରୀ
ରୂପେ ତୁମ୍ଭେ ସଦା ଗଣା.