
ଏଠି ସବୁ ଅଛି ନାହିଁ କିଛି
ଭରି ଅଛି ହଳାହଳ ବିଷ,
ନିଃଶ୍ୱାସ ନେବାଟା କଷ୍ଟ ଆଜି
ତୁଟି ଲାଣି ଜିଇଁବା ବିଶ୍ଵାସ ।।
ଅତୀତ ଟା ଝାପସା ଝାପସା
ବର୍ତମାନ ଦିଗ ହରା ଦିଶେ,
ଭବିଷ୍ୟତ ଅନିଶ୍ଚିତ, ଠିକ୍
ଦୂର ମରୀଚିକା ପରି ହସେ ।।
# ପ୍ରଦୀପ କୁମାର ପ୍ରଧାନ #
ଅଧ୍ୟାପକ, ଇଂରେଜୀ ବିଭାଗ
ଡି.ଏ.ଭି. ପବ୍ଲିକ ସ୍କୁଲ, ବ୍ରହ୍ମପୁର