କବିତା - ଚାହାଣି - ରବୀନ୍ଦ୍ର କୁମାର ବିଶ୍ଵାଳ

0
ତୁମର ନୀରବ ଚାହାଣିରୁ
ତୁମ ମନର ଆତୁରତା ଓ
ବ୍ୟସ୍ତତା ଭିତରେ ମୁହଁ ଉପରେ ଝରିପଡୁଥିବା
ବୁନ୍ଦା ବୁନ୍ଦା ଝାଳ ଏବଂ ଝାଳରେ
ଭିଜିଯାଇଥିବା ଝାଳୁଆ ମୁହଁର
ଆହତ ମନଟିକୁ ଦେଖି ପାରୁଥିଲି,
ଜାଣତ କି ଅଜାଣତରେ ହେଉ
ଅତି ଆପଣାର ମନର ମଣିଷଟିର
ଭାଙ୍ଗି ଯାଇଥିବା କ୍ଷତ ବିକ୍ଷତ ହୃଦୟଟିକୁ
ସ୍ନେହ ସରାଗରେ ଯୋତି ଦେବାପାଇଁ
ମୁଁ ବ୍ୟସ୍ତ ହୋଇ ପଡ଼ୁଥିଲି
କିଛି ସମୟ ପାଇଁ ହେଉ ପଛେ
ଆପଣାର କରି କୋଳେଇ ନେଇ
ମୋ ମନର ଅବୁଝା ଆବେଗକୁ
ତୁମପାଖେ ଜାଲି ଦେବାପାଇଁ


ରଚନା : Rabindra Kumar Biswal

ଠିକଣା : Acharya Vihar, Bhubaneswar-751013 ଦୂରଭାଷ : 9337132233


Post a Comment

0Comments
Post a Comment (0)