କବିତା - ପ୍ରେମ ଯଦି କେବେ ପାପ ହୋଇଯାଏ - ତପନ ଦୀକ୍ଷିତ (ବେଳାଭୂମି)

0

ପ୍ରେମ ଯଦି କେବେ ପାପ ହୋଇଯାଏ
ଲୁହର ପ୍ରଦୀପ ଜାଳି
ବେଦନା ସାଉଁଟି ଫେରିଯିବି ପଛେ
କରିବିନି କେବେ ଅଳି,
ଆୟୁସେ ପଥରେ ପଲକ ବିଛାଇ
ଲେଉଟାଣି ତୁମ ଚାହିଁ
ଅଳି କରୁଥିବି ମରଣ ଦୁଆରେ
କୋକେଇ ଉଠିବା ପାଇଁ,
ଦେବତା ଦୁଆରେ ମନାଷୁ ଥିବି ମୁଁ
ପାପୁଲିରେ ଟିକେ ରେଖା
ଖାସ୍ ହେବା ପାଇଁ ଆର ଜନମରେ
ବଧୂବେଶେ ତୁମ ଦେଖା ।।

ରଚନା : ତପନ ଦୀକ୍ଷିତ(ବେଳା ଭୂମି)

ଠିକଣା : ନାସିକେଶ୍ୱର, କାକଟପୁର, ପୁରୀ ଦୂରଭାଷ : 9537400744

Post a Comment

0Comments
Post a Comment (0)