କବିତା - ଲାଗୁ ସେ କଳଙ୍କ ପଛେ - ତପନ ଦୀକ୍ଷିତ (ବେଳାଭୂମି)

0

ନିଶି ନିଶା ଗୋଳା ହେ ! ରୂପସୀ ବାଳା
କଣ୍ଠେ ଅହେତୁକ ଶୋଷ
ବିବଶେ ଅବଶ କିଣା କିଙ୍କର ତୋ
ଆସ୍ୱାଦନେ ପ୍ରେମ ରସ,
ବୋଲିବାକୁ ଲାଜ ଅରଜେ ଗରଜ
ଦେଖି ତୋ ଅନଙ୍ଗ ସାଜ
ମେଣ୍ଟାଇବ ଦାସ ନିଶ୍ଚେ ତୋ କରଜ
ଉଶ୍ୱାସିଲେ ଆଜ ବୋଝ,
ଥାପି ଲେପି ଗୋଳା ଚନ୍ଦନ ପରାଏ
ଚନ୍ଦ୍ରମୁଖୀ ଚାରୁ କୁଚେ
ଶୀତଳ କରଏ ଦହିତ ଦେହକୁ
ଲାଗୁ ସେ କଳଙ୍କ ପଛେ।।

ରଚନା : ତପନ ଦୀକ୍ଷିତ(ବେଳା ଭୂମି)

ଠିକଣା : ନାସିକେଶ୍ୱର, କାକଟପୁର, ପୁରୀ ଦୂରଭାଷ : 9537400744

Post a Comment

0Comments
Post a Comment (0)