କବିତା - ସମ୍ପର୍କ - ସରସ୍ଵତୀ ପଣ୍ଡା

0
କେଉଁ ଏକ ଅଭାବିତ ମୂହୁର୍ତ୍ତରେ
କାହାର ପ୍ରଥମ ଦର୍ଶନ
ହୃଦୟର ରୁଦ୍ଧ ଝରଣାର ପଥ
ଉନ୍ମୁକ୍ତ କରିଦିଏ।
ଝରିଯାଏ ଚିରସ୍ରୋତା

ଜଗତ ପାବନି ଗଙ୍ଗା।
ଅମୃତର ଅଜସ୍ର ଧାରା

ଝର ଝର ହୋଇ ଝରି ଯାଏ
ତଟ ଦେଶ ଅଭିଷେକ୍ତ କରି।
ଶଶ୍ଯ ଶ୍ଯାମଲା ହୋଇଉଠେ
ଜୀବନ ର ଉସର ମରୁଭୂମି।
ସଂପର୍କ ମଧୁର. ସୁନ୍ଦର ଇନ୍ଦ୍ରଧନୁ ର
ବର୍ଣିଲ ସେତୁଟିଏହୋଇ
ଦୁଇଟି ହୃଦୟକୁ ଏକାତ୍ମ କରିଦିଏ।
ବୁଝାମଣାର ମୂରୁଜ ଆଙ୍କିଦିଏ।
ମାଟିରୁ ଆକାଶ ଯାଏ
ସଂପ୍ରସାରିତ ହୋଇଯାଏ।
ସଂପର୍କ ରଅନାହତ ରାଗିଣୀ
ମୂର୍ଚ୍ଛନା ତୋଲେ ହୃଦୟ ର
କୋଣ ଅନୁକୋଣରେ।।





।।।
ମାର୍ଫତ_ଜଗନ୍ନାଥ ପଣ୍ଡା

ମଂଗଲ ପୁର.ଯାଜପୁର.କନିକାପଡା।
ପିନ_୭୫୫୦୧୧
ମୋ_୭୬୦୮୯୪୦୮୩୩


ରଚନା : ସରସ୍ବତୀ ପଣ୍ଡା

ଠିକଣା : ମଙ୍ଗଳପୁର, ଯାଜପୁର ଦୂରଭାଷ : ୭୬୦୮୯୪୦୮୨୩


Post a Comment

0Comments
Post a Comment (0)