---------
ଏଠି,
ଖାଲି ତୁମ ଅଭାବରେ
ଥରଟିଏ ପତା ମୁଦିଦଲେ
ତୁମ ଚିହ୍ନା ମୁହଁ ଭାସିଆସେ
ଉଭେଇ ଯାଆନ୍ତି
ଦୁଃଖ ଓ ଶୋକର ଛାୟା।
ତୁମର ସେ ବିଶାଳ ଛାତିରେ
ଥରଟିଏ ମଥା ରଖିଦେଲେ
ଲାଗେ,
ସତେ ଅବା ମୁଁ
ଫଗୁଣରେ ରଂଗେଇ ହେଉଛି
ସିନ୍ଦୂରା ନଫାଟି ବି
ସୂର୍ଯ୍ୟ ହସୁଛି
ମୋ ଚାରିପାଖରେ।
ଭାବନା ମୋ ଚାଲିଯାଏ
କାହିଁ କେତେଦୁରେ....
ଯାହାକୁ ଛୁଇଁବା ଦୁରୁହ
ଭାବିଲେ ଆଖି ବି ପାଏନି
କିନ୍ତୁ,
ସେଇଠି ମୋ ଆତ୍ମା
ତୁମ ଆତ୍ମା ସହ ଛନ୍ଦି ହେଉଥାଏ
ବୋଧହୁଏ,
ଜନ୍ମ ଜନ୍ମାନ୍ତରର
ଆମ ଏ ସଂପର୍କ
ନୂଆ ଏକ ଜନ୍ମ ପାଇଁ
ଆଶା ବାନ୍ଧୁଥାଏ ।।
************
ସଂଘମିତ୍ରା ଦାସ
ପୁରୁଷୋତ୍ତମ ନଗର
ସିଦ୍ଧମହାବୀର ପାଟଣା, ପୁରୀ।
ମୋ- ୯୪୩୮୪୧୨୨୧४।
ରଚନା : ସଂଘମିତ୍ରା ଦାସ
ଠିକଣା : ସିଦ୍ଧମହାବୀର ପାଟଣା,ପୁରୀ ଦୂରଭାଷ :
Sent via Google Forms Email