ଅଣୁଗଳ୍ପ - ପୁସ୍ତକ ଉନ୍ମୋଚନ - ରାକେଶ ସାହୁ

0
କ୍ଷୁଦ୍ର ଗଳ୍ପ -ପୁସ୍ତକ ଉନ୍ମୋଚନ

ଆମ ଧନିଆ ଭାଇ ବୁଲାବୁଲି କରିବାକୁ ଭାରି ଭଲ ପାଏ । ଥରେ ବୁଲୁବୁଲୁ ନଜର ପଡିଲା ଗୋଟିଏ ସ୍ଥାନରେ ସାହିତ୍ୟର ଏକ ପୁସ୍ତକ ଉନ୍ମୋଚନ ସଭା ହେଉଥିଲା । ବିଶେଷ ସୂତ୍ରରୁ ଜଣା ପଡିଲା ଜଣେ ଓଡ଼ିଆ ସାହିତ୍ୟର ବୁଦ୍ଧିଜୀବୀଙ୍କର ଧର୍ମ ପତ୍ନୀଙ୍କ ଏକ ପୁସ୍ତକ ଉନ୍ମୋଚନ ହେଉଛି । ଟିକେ ଅଧିକ ଜାଣିବା ପାଇଁ ଭିତରକୁ ପ୍ରବେଶ କଲେ ଧନିଆ ଭାଇ । ସେଠାରେ ଧନିଆ ଯେତେବେଳେ ଶୁଣିଲା

" ଉଚ୍ଚ ହେବା ପାଇଁ କର ଯେବେ ଆଶା ଉଚ୍ଚ କର ଆଗେ ନିଜ ମାତୃଭାଷା"
ଧନିଆର ଛାତି ଟିକେ କୁଣ୍ଢେ ମୋଟ ହୋଇଗଲା ଏଥର ଧନିଆ ଯିବା ପାଇଁ ବାହାରିଲା ,ଏତିକି ବେଳେ ସେ ସାହିତ୍ୟକ ମହୋଦୟଙ୍କ ଧର୍ମପତ୍ନୀ ମଞ୍ଚରୁ ଓହ୍ଲାଇଲେ ଏବଂ ମହୋଦୟ ଜଣଙ୍କ ତାଙ୍କ ଧର୍ମପତ୍ନୀଙ୍କୁ କହିଲେ congratulations darling ....... ଧନିଆ ଟିକେ ମୁରୁକି ହସି ଚାଲିଲା ସେଠାରୁ ....

କ୍ରମଶଃ


ରଚନା : ରାକେଶ ସାହୁ

ଠିକଣା : ଭୁବନେଶ୍ୱର ଦୂରଭାଷ :


Post a Comment

0Comments
Post a Comment (0)