🐚ମୁଁ ଓଡ଼ିଆ..🐚
ରଶ୍ମିତା ଜେନା, ଶିକ୍ଷୟିତ୍ରୀ
ନୟାପଲୀ,ଭୁବନେଶ୍ୱର
ଆମେ ତ ଓଡ଼ିଆ ଭାଷା ମୋ ବଢିଆ
ରଖିବା ତାହାର ମାନ
ଆମ ଭାଷା ଆମ ଗର୍ବ ଗଉରବ
ଅଟେ ଆମ ସ୍ୱାଭିମାନ ll
ମାତୃଭୂମି ମାତୃ ଭାଷା ର ମମତା
ହୃଦରୁ ନଯିବା ଭୁଲି
ଆମରି ଓଠ ରେ ଫୁଟାଇଛି ମଧୁ
ସୁନା ହସ ଖିଲି ଖିଲି ll
ସୁନ୍ଦର ମୋ ଭାଷା ସାଇତା ସେ ଗାଥା
କେତେ ତାର ପରିଚୟ
କୋଣାର୍କ ମନ୍ଦିର ସ୍ୱର୍ଣ୍ଣାକ୍ଷରେ ଲେଖା
ଛବିତାର କମନୀୟ ll
ବିଶ୍ୱ ମଧ୍ୟେ ଶ୍ରେଷ୍ଠ ପତିତ ପାବନ
ମୋର ଜଗନ୍ନାଥ ଧାମ
ଓଡ଼ିଆ ଜାତକେ ପଛଘୁଞ୍ଚା ନାହିଁ
ରଖିଯିବା ତାର ନାମ ll
ବାର ମାସେ ତେର ପରବପାଳିବା
ଜାଣିଛି ଓଡ଼ିଆ ଭାଇ
ଭାଇଚାରା ର ସେ ପ୍ରୀତି ର ବନ୍ଧନ
ମନ ରୁ ଭୁଲିବା ନାହିଁ ll
ଭାଷା ହିଁ ଗହଣା ଭାଷା ଅଳଙ୍କାର
ଭାଷା ଆମ ଭାବ ବେଦ
ପାଶ୍ଚାତ୍ୟ ଭାଷା ଓ ଅପସଂସ୍କୃତି ର
ହେଉ ପୁଣି ଶିରଚ୍ଛେଦ ll
ଏ ମାଟିରେ ଜନ୍ମ ଏ ମାଟିରେ ମୃତ୍ୟୁ
ଉତ୍କଳ ର ଚାରୁ ଚର୍ଯ୍ୟା
ଏଇ ମାଟିରେ ତୁମେ ସୁଯୋଗ୍ୟ ସନ୍ତାନ
ଉଡାଇ ମାଟି ମା ଧ୍ବଜା ||
ଦୂର ପର ଦେଶୀ ଭୁଲନି ସଂସ୍କୃତି
ଭୁଲନି ମାଟି ମମତା
ଓଡ଼ିଆଟେ ବୋଲି ମନେ ଗର୍ଵ କର
ରଖି ଓଡ଼ିଆ ଏକତା ||
🌹🌹🌹🌹🌹🌹🌹