**************************
ବୋର୍ଡ ପରୀକ୍ଷାରେ ମେଧା ତାଲିକାରେ
ରଖି ସର୍ବାଧିକ ଅଙ୍କ
ନଖୀ ନାନୀ ପୁଅ ଭଗିଆ ଆମର
ରଖିଲା ରାଇଜ ଟେକ
ଘେରି ପଚାରିଲେ ସାମ୍ବାଦିକ ଗଣ
ଭଗିଆ ଦେଲା ବାରତା
ହେଲେ ହେବି ଜଣେ ଡାକ୍ତର ନହେଲେ
ଆଇ,ଏ.ଏସ୍ ,ରାଜନେତା
ହେବନି କାହିଁକି ଶିକ୍ଷକଟେ ତୁମେ
ପଚାରିଲେ ଜଣେ ବ୍ଯକ୍ତି
ଶିକ୍ଷକଟି ନିଶ୍ଚେ ସମାଜ ନିର୍ମାତା
ଆଦର୍ଶ ଶିକ୍ଷକ ବୃତ୍ତି
ନାଇଁ ବାବା ନାଇଁ ହେବିନି ଶିକ୍ଷକ
ଭଗିଆ ଦେଲା ଉତ୍ତର
ଆଇଏଏସ୍ ପାଇବା ସହଜ ଏଇଠି
କଷ୍ଟଟି ହେବା ମାଷ୍ଟର
ଶିକ୍ଷାରେ ଯୋଗ୍ଯତା କରିଲେ ହାସଲ
ତାଲିମ ପାଇଁକି ଚିନ୍ତା
ପ୍ରବେଶିକା ପାଇଁ ପୁଣି ଅଧ୍ୟୟନ
ଉତ୍ତୀର୍ଣ୍ଣ ହେବାର ରାସ୍ତା
ଅକସ୍ମାତ ଯଦି ହୋଇଲ ଉତ୍ତୀର୍ଣ୍ଣ
ନିଜ ଖର୍ଚ୍ଚେ ଦୁଇବର୍ଷ
ତାଲିମପରାନ୍ତେ ପରୀକ୍ଷାରେ ବସ
ହେବାକୁ ଫେଏଲ ପାସ
ଦୈବାତ ଯଦି ହୋଇଲ ଉତ୍ତୀର୍ଣ୍ଣ
ଶୁଣ ପରବର୍ତ୍ତି କାର୍ଯ୍ୟ
ଓଟିଇଟି ପାଇଁ ହୁଅ ସଜବାଜ
ହେବା ପାଇଁ କୃତକାର୍ଯ୍ୟ
ହୋଇଲେ ସଫଳ ନିଯୁକ୍ତି ପାଇଁକି
ଦିଅ ଲିଖିତ ପରୀକ୍ଷା
ପାଣି ଉଠିଗଲେ ଦଶ ଶେଣା ଲାଗି
ଶିକ୍ଷକ ରେ ନିଅ ଦୀକ୍ଷା
ସରିନାହିଁ ଏଠି ନିଯୁକ୍ତି ପ୍ରକ୍ରିୟା
ଛଅ ବର୍ଷ ଚୁକ୍ତିବଦ୍ଧ
ଦିନ ମଜୁରିଆ ପରିକା ବେତନ
ଚୁପ ରହିବାକୁ ବାଧ୍ୟ
ସରିଲେ ଅବଧି ବେତନ ପାଇଁକି
ଚାଲିଥିବ କସରତ
ଚାଲେ ଆନ୍ଦୋଳନ କିବା ରାତି ଦିନ
ହେବା ପାଇଁ ନିୟମିତ
ଏତେ ଯାତନା ମୁଁ ଭୋଗିବି କାହିକିଁ
ନୁହେଁ ମୁଁ ଏଡେ ନିକମ୍ମା
ଶିକ୍ଷକତା ଏଠି ନରକ ଯନ୍ତ୍ରଣା
ମାଷ୍ଟର ହେବିନି ଜମା
~~~~~୦~~~~~(ସରୋଜ ଶତପଥୀ)
ରଚନା : ସରୋଜ କୁମାର ଶତପଥୀ
ଠିକଣା : ଗାୟତ୍ରୀ ବିହାର,ଯାଜପୁର ରୋଡ୍ .ଜିଲ୍ଲା‐ଯାଜପୁର,ପିନ‐୭୫୫୦୧୯ ଫୋନ ନମ୍ବର : ୭୯୭୮୪୧୨୮୯୯
Sent via Google Forms Email