କବିତା - ସମର୍ପଣ - ରାକେଶ ସାହୁ

0
କିଛି ଶବ୍ଦର ସଂଜ୍ଞା ମିଳିଛି
କିଛି ଶବ୍ଦ ଆଜିବି ଅସମାହିତ
ତଥାପି ଖୋଜିବାରେ ବ୍ୟସ୍ତ
କାଳେ ହୋଇଯିବ ଦିନେ ପ୍ରାପତ ।।

ପ୍ରେମ ସେଇ ଭିତରୁ ଗୋଟିଏ
ଅନେକ ବୁଝାଇଲେଣି କିଛି ଅର୍ଥ
ତଥାପି ଏ ମନ ମାନେନି
ଆହୁରି ଅଛି ବୋଧେ ଏଥିରେ ଗୂଢ ତତ୍ତ୍ୱ ।।

ପ୍ରେମର ଅନ୍ତ ନୁହେଁ ବିବାହ
ନା କାହାକୁ ହରାଇ କାନ୍ଦିବା
ତ୍ୟାଗ ବୋଧେ ପ୍ରେମର ଅନ୍ୟନାମ
ସମର୍ପଣ ତାର ଏକ ନିୟମ ।।

କାହାକୁ ନପାଇ ମଧ୍ୟ ଜୀବିତ ବି ପ୍ରେମ
ଦୁରେ ଥାଇ ଶୁଭ ମନାଶିବା ବୋଧେ ଧର୍ମ
ଆଖିରୁ ଲୁହକୁ ଅଟକାଇ ଦେବା
ଧର୍ମ ପଥର ପଥିକ ହେବ ଏ ପ୍ରେମ ।।

ମନର ମିଳନ ହିଁ ସମୟର ଇସାରା
ହୃଦୟରେ ସାଇତି ରହିଥିବ ସ୍ମୃତି
ଏଇ ବୋଧେ ଜୀବନର ପ୍ରେମ ଗୀତି
ସମର୍ପଣେ ବନ୍ଧା ବୋଧେ ଏ ପୀରତି ।। 

ରଚନା : ରାକେଶ ସାହୁ

ଠିକଣା : ରାକେଶ ସାହୁ ଦୂରଭାଷ :


Post a Comment

0Comments
Post a Comment (0)