କବିତା - ଭୁଲିଯିବି ଅତୀତକୁ - ପ୍ରଣତି ମହାପାତ୍ର

କବିତା - ଭୁଲିଯିବି ଅତୀତକୁ - ପ୍ରଣତି ମହାପାତ୍ର

ମତେ ଭାରି କଷ୍ଟଦିଏ ମୋର
ସେଇ ଅତୀତ,
ଦେଉଥିଲା କେତେ ଆନନ୍ଦ
ଥିଲା ଖୁସିର ମୂହୁର୍ତ୍ତ।
ପ୍ରଜାପତି ଠାରୁ ଥିଲି ଆହୁରି
ମୁଁ ସ୍ଵାଧୀନ ଓ ରଙ୍ଗୀନ,
ନୀଳ ଆକାଶରେ ଡେଣା ଝାଡି
ଉଡି ବୁଲୁଥିଲି ଲକ୍ଷ୍ୟହୀନ।
ଭୁଲୁଥିଲି ମାୟା ମୃଗର
ସୁନ୍ଦର ରୂପରେ,
ଭାସିଯାଇ ଥିଲି ମିଛ
ମରୀଚିକା ପଛରେ।
ଭାବିବିନି ଆଉ ଅତୀତକୁ ମୋର
ଭାବୁଛି ମୁଁ ଭୁଲିଯିବି,
ଅତୀତର ସେହି କ୍ଷତାକ୍ତ ମୂହୁର୍ତ୍ତ
ସମ୍ପର୍କରୁ ସନ୍ୟାସ ନେବି।
ନୂଆ କରି ଉଡିବି ମୁଁ ନୂଆକରି
ଗଢିବି ମୋ ଦୁନିଆଁ,
ନ ଥିବ ସେଠାରେ ଛଳ କପଟ
କି ଇନ୍ଦ୍ର ଜାଲର ମାୟା।
ଦୂରେଇ ଯିବି ଆଜି ଠୁ ଅତୀତର
ଅଭୁଲା ସ୍ମୁତିର ପଥ,
ନୂଆ ରାଇଜ ନୂଆ ସମ୍ପର୍କରେ
ବଞ୍ଚିବି ମୁଁ
ବାହିନେବି ମୋ ଜୀବନ ରଥ।


ରଚନା : ପ୍ରଣତି ମହାପାତ୍ର

ଠିକଣା : ଫକୀରମୋହନ ନଗର, ବାଲେଶ୍ଵର, ଦୂରଭାଷ :


0 Comments