ଶୀତର ଚାଦର ଘୋଡିବା ଆଗରୁ
ଚେହେରା ତୁମର ଯାଏ ଦିଶି
ଘାସ ନରମ ଗାଲିଚା ଉପରେ
ତୁମ ପଦଚିହ୍ନ ଥାଏ ଛପି
ପରବାସେ ପାଏ ଯାତନା ଅନେକ
ବିରହ ତୁମର ହେଉନି ସହି
କଥାଦେଇ କଥା ରଖିଲତ ନାହିଁ
ଘାସ ନରମ ଗାଲିଚା ଉପରେ
ତୁମ ପଦଚିହ୍ନ ଥାଏ ଛପି
ପରବାସେ ପାଏ ଯାତନା ଅନେକ
ବିରହ ତୁମର ହେଉନି ସହି
କଥାଦେଇ କଥା ରଖିଲତ ନାହିଁ
ପ୍ରତାରଣାରେ ଅନ୍ତର ଯାଏ ଦହି
ଅଗଣାରେ ବୁଣି ଫୁଲର ପାଖୁଡା
ସଜାଇଥିଲି ମୁଁ ସପ୍ତରଙ୍ଗେ
ନିଜକୁ ହଜାଇ ତୁମ ପ୍ରେମ ଡୋରେ
ଖେଳୁଥିଲି ପ୍ରଜାପତିର ସଙ୍ଗେ
କଥା ଦେଇଥିଲ ଆସିବ ଏସନ
ସପନ ରାଇଜ ହୋଇ
ଶୀତତ ଆସିଲା ଫୁଲ ସବାରୀର
ତୁମେ ତ ଆସିଲ ନାହଁ। ।୨।।
ଜମ୍ବେଶ୍ବରପୁର, ବାଲେଶ୍ବର
ଦୁରଭାଷ-୯୩୩୭୬୮୧୫୨୪
ଅଗଣାରେ ବୁଣି ଫୁଲର ପାଖୁଡା
ସଜାଇଥିଲି ମୁଁ ସପ୍ତରଙ୍ଗେ
ନିଜକୁ ହଜାଇ ତୁମ ପ୍ରେମ ଡୋରେ
ଖେଳୁଥିଲି ପ୍ରଜାପତିର ସଙ୍ଗେ
କଥା ଦେଇଥିଲ ଆସିବ ଏସନ
ସପନ ରାଇଜ ହୋଇ
ଶୀତତ ଆସିଲା ଫୁଲ ସବାରୀର
ତୁମେ ତ ଆସିଲ ନାହଁ। ।୨।।
ଜମ୍ବେଶ୍ବରପୁର, ବାଲେଶ୍ବର
ଦୁରଭାଷ-୯୩୩୭୬୮୧୫୨୪
Sent from my Samsung Galaxy smartphone.