
ସତେ ଅବା କେବେ ମନେ ପଡିଯାଅ
ତୁମେ ବନ୍ଧୁ ଗୋପବନ୍ଧୁ
ସମାଜ ଦୁଷ୍କୃତେ ଦୁଃଖୀ ର ଦୁଃଖେ ଯେ
ଦିନକାଟେ କାନ୍ଦୁ କାନ୍ଦୁ ।।
ସେ ମହାମାନବ ସୁଆଣ୍ଡୋ ଗାଁ ର
ମଣି ସେ ଉତ୍କଳ ମଣି
ସେ ମହାପୁରୁଷ ଦିବ୍ୟ ଜ୍ୟେତିଶିଖା
ଜାତୀୟ ବୈଭବ ଖଣି ।।
ଉତ୍କଳ ପ୍ରଦେଶ ଜାତୀ ଯାଗରଣ
ଜାତୀୟତା ଭାବେ ଭୋଳ
ନିଜ ରକ୍ତ,ହାଡ, ମାଂସ ବିନିମୟେ
ଗଢିଛ ନବ ଉତ୍କଳ ।।
ସତ୍ୟବାଦୀ ଘନ ବକୁଳ ବନରେ
ଭାରତୀ ବୀଣା ଗୁଞ୍ଜନ
ଗୁଞ୍ଜରିତ କରି ଉଦ୍ଜିବିତ କଲ
ସୁପ୍ତ ପ୍ରାଣେ ଯାଗରଣ ।।
ତୁମେ ମହାଯୋଗୀ ଯୋଗ ସାଧନାରେ
ଦାରିଦ୍ର୍ୟ କୁ ସହଚର
କରି ଦେଶ,ଯଶ ହିତ ପାଇଁ ନିଜ
କରି ଦେଶ,ଯଶ ହିତ ପାଇଁ ନିଜ
ରକ୍ତ କୁ କରିଛ ପର ।।
ନିଜ ସୁଖ ପାଇଁ ଜନ୍ମେ ନାହିଁ ନର
ଉକ୍ତିକୁ କରିଛ ସତ୍ୟ
ସତ୍ୟବାଦୀ ବନବାସୀ ମହର୍ଷି ହେ
ତୁମେ, ପ୍ରାତଃ ସ୍ମରଣୀୟ ମନ୍ତ୍ର୍ର ।।
ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ମଙ୍ଗଳାଯୋଡି, ଖୋର୍ଦ୍ଧା