ପ୍ରିତିର ପାର୍ବଣ - ଶିବ ଚରଣ ମହାପାତ୍ର

0
ମେଘ ବରଷିଲା ଟୁପୁରୁ ଟୁପୁରୁ
ସୁସିକ୍ତ ଭରା ଶ୍ରାବଣ
ମଧୁ ମିଳନରେ ଅଫୁରନ୍ତ ଫଲ୍ଗୁ
ତୋଳିଛି ପ୍ରିତି ପାର୍ବଣ..

ଦୂବ,ଦାରୁ,ଲତା,ଗୁଳ୍ମ,ପଲ୍ଲବୀତ 
ପ୍ରଣୟ ଓଁକାର ତୋଳି
ଓଦା ସରସର କମ୍ପିତ ଶ୍ରୀଅଙ୍ଗେ
ହସୁଛନ୍ତି ଖିଲି ଖିଲି..

ବାସନ୍ତି ବିଜୁଳି ସୁଶୀତ ସଞ୍ଜରେ
ପ୍ରିତି ଆଲିଙ୍ଗନ ଆଶେ
ଘନଶ୍ୟାମ ଘନ ବନ୍ଧନ ଭିତରୁ
ଛୁଟେ ମହୀତଳ ପାଶେ..

କହଇ ବଗୁଲି ନିକୁଞ୍ଜ ଆଳୟେ
ପ୍ରିୟତମ କୋଳେ ନିଅ
ଭିଜାଭିଜା ଦେହ କମ୍ପିତ ଚିବୁକେ
ଦହନ ପରଷ ଦିଅ..

ନବପ୍ରସୂ ପୁଷ୍ପ ପଲକ ମେଲୁଛି
ନନ୍ଦୀତ ଅଳସ ନେଇ
ପୀୟୂଷ ଆଞ୍ଜୁଳେ ବାରିଧାରା କିବା
ପଖାଳି ଦେଲାକି ଛୁଇଁ..

ମଦମତ୍ତ କରୁ କୋଣ ଅନୁକୋଣ 
ବିନ୍ଦୁଏ ପ୍ରେମ ଚୁମ୍ବନ
ବର୍ଷା ଆଗମନେ ପୁଲକିତ ହେଉ 
ନବୀନ ପ୍ରିତି ପାର୍ବଣ..

ଶିବ ଚରଣ ମହାପାତ୍ର
ଚକ୍ରଧରପୁର, କେନ୍ଦୁଝର

Post a Comment

0Comments
Post a Comment (0)