କଙ୍କାଳର ହସ - ରାକେଶ ସାହୁ

0

ଆଜିର ଏ ସମାଜ ମୋତେ ବଞ୍ଚିବାକୁ ଦେଉନି
ରକ୍ତ ତ ଶୋଷିସାରିଲାଣି
ମାଂସ ସବୁ ପିମ୍ପୁଡି ଖାଇଗଲେଣି
ତଥାପି ଜୀବନ ଅଛି ।।

କେଜାଣି କିଛି ଅଦୃଶ୍ୟ ଶକ୍ତି
ବୋଧେ ମୋତେ ବଞ୍ଚାଇ ରଖିଛି
ମୁଁ ହସୁଛି କେବଳ ଦୁଇ ଖଣ୍ଡ ହାଡ଼ରେ
ଲୋକ ହସୁଛନ୍ତି ମୋ ସାଙ୍ଗରେ ।।

ଏ ଲୋକଙ୍କୁ ବୁଝାଇ ପାରିଲିନି
ତେଣୁ ମୁଁ ବି ହସୁଛି ଅଜଣା ହସ
କିଛି ଲୋକ ମୋ କଥା ବୁଝୁନାହାନ୍ତି
ବୁଝିବା ଲୋକ ବି ମୋ ସହ ହସନ୍ତି ।।

ଯଦି କଥାରେ ଲୋକ ବୁଝାନ୍ତେ
ଆଉ ମର୍ମକୁ ବୁଝନ୍ତେ
ତେବେ ବାଂସୁରି ବଜାଉଥିବା ଲୋକ
ମହାଭାରତ ହେବାକୁ ଦେଇନଥାନ୍ତା ।।

ମୁଁ ଦୁଇ ଖଣ୍ଡ ହାଡ଼ର କଙ୍କାଳ ହସୁଛି
ଆଉ ମୋ ସହ ଏ ଲେଖନୀ ଟା ବି
ସେ ମୋତେ ବୁଝାଉଛି ଆଉ ମୁଁ ତାକୁ
ଲାଭ କିଛି ହେଉନି ସେ ନଦୀର ଭଟ୍ଟାକୁ ।।

ହସି ହସି ମୁଁ ବି ନିର୍ବାକ
କିଏ ଜଣେ ତ ଶୁଣିବେ
ମୋ ହସ ଭିତରେ ବି ଦୁଃଖ ଅଛି
ସେଥିପାଇଁ ବାଛିଛି ଏ ନିର୍ଜନତାକୁ ।।

Writer's Details: ରାକେଶ ସାହୁ
Content Category:
Submission Date: Aug 14, 2019

Post a Comment

0Comments
Post a Comment (0)