ଆସିବକି ଏସନ - ପ୍ରତାପ ନାୟକ

0
ପାଦଚଲା ଫଗୁଣ ...
ରତିମେଳେ ବସନ୍ତ
ନିରିମାଖୀ ଶ୍ରାବଣ .....
ଅଶାନ୍ତ,ଉଦ୍ଦାମ ଭରା ବୈଶାଖ
କେତେ ରାଗଋଷା ମେଲଣ
ପୁଣି .....
ତା ଭିତରେ ପ୍ରିତୀଭରା ଚନ୍ଦନ.....

ମୁରୁକି ହସ ଗୁମୁରା ରାଣ
ତୋର ମୋର ଯେତେକ ସବୁ ଭିଆଣ...

ଆଡଆଡ ନୟନ
ହୁତାସନ ସ୍ପନ୍ଦନ...
ଲୀଳାଖେଳା ଉପବନ
ତୃଷାଭରା କମ୍ପନ.....

ଏମିତି ବି ହୁଏ ସିଏ
ଋତୁମତୀ ଋତୁବତୀ ସପନ
ଖୋଜିବୁଲେ ତାକୁ ଥରେ
ଆସିବକି ଏସନ ....
ଆସିବକି ଏସନ ...... 

Writer's Details: ପ୍ରତାପ ନାୟକ
ଆମ୍ବସୌରୀ, ପୋ-ବାଲିଚନ୍ଦ୍ରପୁର, ଯାଜପୁର, ଫୋନ - ୭୦୦୮୦୫୪୨୮୨
Content Category:
Submission Date: Aug 09, 2019

Post a Comment

0Comments
Post a Comment (0)