ଶିଶୁ - ସୁଦ୍ରୁମା ପଣ୍ଡା

0
ସ୍ରଷ୍ଟା ଙ୍କ ସୃଷ୍ଟି ର ଏକ ଦିବ୍ୟ ଉପହାର ,
ବିଷୟା ସଂସାରେ ଏକ ଅମୃତ ର ଧାର,
ସାଂସାରିକ ବେଦନାର ଚାରୁ ଉପହାର,
"ଶିଶୁ" ତୁହି ପ୍ରାଣ କେନ୍ଦ୍ର ଅଟୁ ଏ ବିଶ୍ବର ।।

ମୁଖ ତୋର ସଦ୍ୟ ଫୁଟା ଗୋଲାପ ର ସମ,
ସରଳ ଚାହାଣି ମୋର କେବେ ମନୋରମ,
ହସିଦେଲେ ବିନ୍ଦୁ ବିନ୍ଦୁ ମହୁ ପଡେ ଝଡି,
ନିଷ୍ପାପ ହୃଦୟ ତୋର କମଳର କଢି ।।

ସଂସାର ପଙ୍କେ ପଙ୍କଜ ଅଟୁ ତୁ ସର୍ବଦା,
ଝଡ଼ ଝଞ୍ଜା ଆଗେ ତୋର ନୋହୁ ନତ ଗ୍ରୀବା,
ସଂସାର କାଳିମା ତତେ ନ କରୁ ରେ ସ୍ବର୍ଶ,
ଚିରକାଳ ରହିଥାଉ ତୋ ହୃଦୟ ସ୍ବଚ୍ଛ ।।

ନଦୀ ପରି କଳ,କଳ ବହି ଅବିରତ,
କୁନି ପାଦେ ଅତିକ୍ରମି ଯିବୁ ବହୁ ପଥ,
ତୋହାତେ ସମ୍ପନ୍ନହେବ କେତେ ନୂଆ କାର୍ଯ୍ୟ,
ହେବୁନି ଅବଶ କେବେ ହେବୁନି ଅଧର୍ଯ୍ଯ ।।

ତୋ ଟିକି ମସ୍ତିଷ୍କେ ଅଛି କେତେ ନୂଆ ଚିନ୍ତା,
କେତେ ନୂଆ ଉଦ୍ଭାବନ କେତେ ନୂଆ ବାର୍ତ୍ତା,
କେତେବନ୍ଧ କେତେସୈ।ଧ କେତେକିର୍ତ୍ତି ରାଜି
ସତୃଷ୍ଣେ ଚାହିଁ ରହିଛି ତୋ ପଥକୁ ଆଜି ।।

ଏ ପୂଣ୍ୟ ମାଟି ର ତୁହି ଅମୃତ ସନ୍ତାନ,
ଦେଶ ଜାତି ହିତେ ଲାଗୁ ତୋର ମନ ପ୍ରାଣ,
ତୋ କିର୍ତ୍ତିକଳାପେ ମୁଗ୍ଧ ହେଉ ସାରା ବିଶ୍ବ,
ଜଗତ ଠାକୁର ତତେ ଦିଅନ୍ତୁ ଆଶିଷ ।।

Writer's Details: ସୁଦ୍ରୁମା ପଣ୍ଡା
ଭଟଲି, ବରଗଡ଼, ଓଡ଼ିଶା
Content Category:
Submission Date: Jul 19, 2019

Post a Comment

0Comments
Post a Comment (0)