ପତିତପାବନ - ଘନଶ୍ୟାମ ସାହୁ

0


ଆହୋ ପର୍ଭୁ ଚକାଡୁଲା
ଜଞ୍ଜାଲର୍ ଜାଲେ ମୁଁଇ ହେଲି ଗୁଲ୍ ଗଲାରେ
ହେଲି ଗୁଲ୍ ଗୁଲା
ସରିଯିବା କାଏ‌ଁ ଇ ମୋର ବେଲାରେ କାଲିଆ
ଡୁରେ ଟାନି ଘାଏ ନେଇ ଯାଆ ରେ କାଲିଆ ।।୧।
କେତେ ମନେ ଭାବୁଥିଲି
କାଲିଆ ମୁହଁ କେ ତୋର୍ ଦେଖ୍ ମି ବୋଲି ରେ
ଦେଖି ମି ବୋଲି
ଯିମିଯିମି ହେଇ ପାଶ୍ ରି ଦେଲି ରେ କାଲିଆ
ବାନ୍ଧି ରଖ୍ ଲା ରେ ମୋହ୍ ମାୟାରେ କାଲିଆ ।।୨।
ବୁଡ଼ିବାର ବେଲ୍ ହେଲା
ଜୀବନର୍ ଡଙ୍ଗା ମୋର୍ ଦଦ୍ ରା ହେଇଗଲା ରେ
ଦଦ୍ ରା ହେଇଗଲା
କୂଲେ ଲଗେଇ ଦେବୁ ଚକାଡୁଲା ରେ କାଲିଆ
ତୋତେ ଡ଼ାକି ଡ଼ାକି ହେଲି ବାୟା ରେ କାଲିଆ ।।୩।
ପତିତପାବନ୍ ବୋଲି
ବାନା ଊଡୁଛେ ତୋର ନାମ୍ ରେ ଖାଲି ରେ
ନାମ୍ ରେ ଖାଲି
ମୋର୍ ଲେଖେ‌ଁ ପତିତ୍ କେ ଗଲୁ ଭୁଲି ରେ କାଲିଆ
ନାଇଁ ଶୁନ୍ ଲେ ନାମେ ଲାଗ୍ ବା କଲିଆ ରେ କାଲିଆ ।।୪।

Writer's Details: ଘନଶ୍ୟାମ ସାହୁ, ବଇଣ୍ଡା, ଅନୁଗୋଳ
ମୋବାଇଲ ନମ୍ବର -- ୯୪୩୭୬୬୪୫୩୭
Content Category:
Submission Date: Jul 18, 2019

Post a Comment

0Comments
Post a Comment (0)